ରାଜ୍ୟ ନିର୍ବାଚନ ଆୟୋଗ ନିରପେକ୍ଷ ରୁହନ୍ତୁ: କଂଗ୍ରେସ By Shaksi News On Feb 8, 2022 0 ଭୁବନେଶ୍ୱର: ସୋମବାର ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର କଟକଣାକୁ କୋହଳ କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ। ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ପ୍ରତି ରାଜ୍ୟ ନିର୍ବାଚନ ଆୟୋଗ(ଏସ୍ଇସ) ସମ୍ପୂର୍ଣ୍ଣ ସତର୍କ ନରହିବା ଏକ ଦୁଃଖଦାୟକ ଓ ପରିତାପର ବିଷୟ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ଆହୁରି ପଢ଼ନ୍ତୁ... ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି… Jun 13, 2026 ଅନ୍ତର୍ଜାତୀୟ ରଜ ଉସ୍ତବ ପାଳନ… Jun 13, 2026 ଭାରତ ନିର୍ବାଚନ ଆୟୋଗ ଙ୍କ ଦ୍ଵାରା… Jun 13, 2026 ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା… Jun 13, 2026 ସେ କହିଛନ୍ତି ଯେ, ଉଭୟ ବିଜେପି ଓ ବିଜେଡି ବ୍ୟାପକ ଅର୍ଥବଳ ପ୍ରୟୋଗ କରିବା ସହ ବାହୁବଳ ତଥା ଶାସନ କଳର ଅପବ୍ୟବହାର କରିବା ଫଳରେ ନିର୍ବାଚନ ମୁକ୍ତ ଏବଂ ଅବାଧ ରହିପାରୁ ନାହିଁ। ନିର୍ବାଚନ ଆୟୋଗ ଶାସକ ଦଳର ଗତିବିଧି ପ୍ରତି ସତର୍କ ଦୃଷ୍ଟି ଦେଉନାହାନ୍ତି। କରୋନା ମହାମାରୀ ପାଇଁ ନିର୍ବାଚନ ଆୟୋଗ ପ୍ରଚାର ପାଇଁ ପୂର୍ବରୁ ୫ଜଣଙ୍କୁ ନେଇ ଘରକୁ ଘର ପ୍ରଚାର ନିୟମ କରିଥିଲେ। କିନ୍ତୁ ଶାସକ ଦଳ ଶହ ଶହ ଲୋକ ନେଇ ପ୍ରଚାର କରୁଛନ୍ତି। ସେମାନେ ଖୋଲାଖୋଲି ଆଚରଣବିଧି ଉଲ୍ଲଂଘନ କରୁଥିବା ବେଳେ ନିର୍ବାଚନ ଆୟୋଗ ନିରବଦ୍ରଷ୍ଟା ସାଜିଛନ୍ତି। ଗଣତନ୍ତ୍ରର ସୁରକ୍ଷା ଓ ଅବାଧ ଏବଂ ମୁକ୍ତ ନିର୍ବାଚନ ପାଇଁ ସବୁ ଦଳକୁ ସମାନ ଦୃଷ୍ଟିରେ ଦେଖିବା ସହ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଶ୍ରୀ ପଟ୍ଟନାୟକ ଏସ୍ଇସିଙ୍କୁ ଅନୁରୋଧ କରିଥିବା ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ରଙ୍କ ଠାରୁ ପ୍ରକାଶ। Continue Reading election commission odishaOdisha Congressodisha politicsPolitics 0 Share