ଭାରତକୁ ଦୁର୍ବଳ କରିବାକୁ ଚାହୁଁଥିବା କିଛି ବୈଦେଶିକ ଶକ୍ତିମାନଙ୍କ ସହ ହାତ ମିଶାଇଛି କଂଗ୍ରେସ : ସମୀର ମହାନ୍ତି

  • ଭାରତବର୍ଷରେ ଦୀର୍ଘ ୫୦ ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ଶାସନ କ୍ଷମତାରେ ଥିବା କଂଗ୍ରେସ ଦଳର ଏହା ଏକ ନୂତନ ପ୍ରକାର ଏବଂ
    ନିମ୍ନସ୍ତରର ରାଜନୀତି
  • ପେଗାସସ୍‌ ସ୍ପାଏୱେର ଘଟଣାରେ ଭାରତର ସଂପୃକ୍ତି ପ୍ରମାଣିତ ହୋଇନାହିଁ
  • ତଥ୍ୟ ପ୍ରମାଣ ନଥାଇ ଏକ ରିପୋର୍ଟକୁ ଆଧାର କରି ଫୋନ୍‌ ହ୍ୟାକ୍‌ ହେବା କଥା କହିବା ଅତ୍ୟନ୍ତ ଅଯୁକ୍ତିକର ଏବଂ ଅବାନ୍ତର
  • ମୋଦି ସରକାରକୁ ଯିଏ ଖରାପ ଭାବେ ଚିତ୍ରଣ କରିବ କଂଗ୍ରେସ ସେହି ବ୍ୟକ୍ତିଙ୍କୁ ସମର୍ଥନ କରିବ
  • ପ୍ରଥମ ଥର ପାଇଁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସର୍ବାଧିକ ସଂଖାରେ ମହିଳା ଏବଂ ଦଳିତ ବର୍ଗ ପ୍ରତିନିଧିତ୍ୱକୁ କଂଗ୍ରେସ ସମେତ ବିଭିନ୍ନ ବିରୋଧୀ ଦଳ ସହ୍ୟ କରିନପାରି ଅଗଣତାନ୍ତ୍ରୀକ ଓ ଆଶଳୀନ ଆଚରଣ ପ୍ରଦର୍ଶନ କରିଛନ୍ତି

ଭୁବନେଶ୍ୱର, (ଏସ୍‌ ନ୍ୟୁଜ): ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ଯୋଜନାବଦ୍ଧ ଭାବେ ଏକ ମିଛ ଖବରକୁ ଆଧାର କରି ମୋଦି ସରକାରଙ୍କ ଯେଉଁ ଭଳି ଭାବରେ ବିରୋଧୀ ଦଳମାନେ ଉଦ୍ଦେଶ୍ୟମୂଳକ ଭାବେ ଗଣତନ୍ତ୍ରର ମନ୍ଦିର ବୋଲାଉଥିବା ସଂସଦରେ ହୋ ହାଲ୍ଲା କରି ଗୃହ କାର୍ଯ୍ୟରେ ବାଧା ପହଂଚାଇଲେ, ତାହା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ଗଣତନ୍ତ୍ରର ଏହା ଏକ କଳା ଅଧ୍ୟାୟ ସୃଷ୍ଟି କରିଛି ।
କଂଗ୍ରେସ ଏବଂ କିଛି ବିରୋଧୀ ଦଳ ମୋଦି ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଏବଂ ବିକାଶମୂଳକ କାର୍ଯ୍ୟଗୁଡିକୁ ସାମ୍ନା କରି ।ରୁନଥିବାରୁ ଭାରତକୁ ଦୁର୍ବଳ କରିବାକୁ ଚାହୁଁଥିବା କିଛି ବୈଦେଶିକ ତଥା ବାହ୍ୟ ଶକ୍ତିମାନଙ୍କ ସହ ହାତ ମିଶାଇଛନ୍ତି । ଭାରତବର୍ଷରେ ଦୀର୍ଘ ୫୦ ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ଶାସନ କ୍ଷମତାରେ ଥିବା କଂଗ୍ରେସ ଦଳର ଏହା ଏକ ନୂତନ ପ୍ରକାର ଏବଂ ନିମ୍ନସ୍ତରର ରାଜନୀତି ବୋଲି ବିଜେପି ରାଜ୍ୟ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଅଭିଯୋଗ କରିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ, ପରଂପରା ଅନୁଯାୟୀ ଗତ କାଲି ସଂସଦରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ସଦ୍ୟ ସଂପ୍ରସାରିତ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିବା ନୂତନ ମନ୍ତ୍ରୀମାନଙ୍କ ପରିଚୟ ପ୍ରଦାନ କରୁଥିଲେ । ପ୍ରଥମ ଥର ପାଇଁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସର୍ବାଧିକ ସଂଖାରେ ମହିଳା ଏବଂ ଦଳିତ ବର୍ଗ ପ୍ରତିନିଧିତ୍ୱକୁ କଂଗ୍ରେସ ସମେତ ବିଭିନ୍ନ ବିରୋଧୀ ଦଳ ସହ୍ୟ କରିନପାରି ଯେଉଁ ଭଳି ଅଗଣତାନ୍ତ୍ରୀକ ଓ ଆଶଳୀନ ଆଚରଣ ପ୍ରଦର୍ଶନ କରିଛନ୍ତି, ଏହା ଅତ୍ୟନ୍ତ ଲଜ୍ଜାଜନକ ।
ପେଗାସସ୍‌ ସ୍ପାଏୱେର ଘଟଣାରେ ଭାରତର ସଂପୃକ୍ତି ପ୍ରମାଣିତ ହୋଇନାହିଁ । ସେହି ରିପୋର୍ଟରେ ଦର୍ଶାଯାଇଥିବା ବ୍ୟକ୍ତିମାନଙ୍କର
ଫୋନ୍‌ ହ୍ୟାକ୍‌ ହେଉଛି ବୋଲି କୌଣସି ପ୍ରମାଣ ସାମ୍ନାକୁ ଆସିନାହିଁ । ତଥ୍ୟ ପ୍ରମାଣ ନଥାଇ ଏକ ରିପୋର୍ଟକୁ ଆଧାର କରି ଫୋନ୍‌ ହ୍ୟାକ୍‌ ହେବା କଥା କହିବା ଅତ୍ୟନ୍ତ ଅଯୁକ୍ତିକର ଏବଂ ଅବାନ୍ତର । ରାଜ୍ୟ ବିଜେପି ଏହାକୁ ଘୋର ନିନ୍ଦା କରୁଛି । ୨୦୧୩ ମସିହାରେ ୟୁ ିଏ ସରକାର ଆରଟିଆଇର ଏକ ଲିଖିତ ଉତରରେ କହିଥିଲେ କି , ୯୦୦୦ ଫୋନ୍‌ ଏବଂ ୫୦୦ ଇମେଲକୁ ଟ୍ୟାପିଂ କରାଯାଇଥିଲା । ଏହା ହିଁ କଂଗ୍ରେସ ସରକାରର ଅସଲ ଚରିତ୍ର । ମୋଦି ସରକାରରେ ଭାରତବର୍ଷର ବିକାଶ କାର୍ଯ୍ୟର ଧାରାକୁ ସହ୍ୟ କରି ପାରୁନଥିବା ବିରୋଧୀ ଦଳଗୁଡିକ ମିଳିତ ଭାବେ ବାହ୍ୟ ଶତୃଙ୍କ ମିଶି ଆନ୍ତର୍ଜତୀକ ସ୍ତରରେ ଦେଶକୁ ଅପାମାନିତ ଓ ନିନ୍ଦିତ କରୁଛନ୍ତି । ମୋଦି ସରକାରକୁ ଯିଏ ଖରାପ ଭାବେ ଚିତ୍ରଣ କରିବ କଂଗ୍ରେସ ସେହି ବ୍ୟକ୍ତିଙ୍କୁ ସମର୍ଥନ କରିବ । ଭାରତର ବିକାଶ ଚାହୁଁନଥିବା କିଛି ବୈଦେଶିକ ଶକ୍ତି ଭାରତକୁ ଦୁର୍ବଳ କରିବା ପାଇଁ ଲାଗିଛନ୍ତି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି ।