ଭ୍ରଷ୍ଟାଚାରୀ ଓ ଦୁର୍ନୀତିଗସ୍ତ ବିଜେଡି ସରକାର ପାଇଁ ରୋଡ ମ୍ୟାପ ପ୍ରସ୍ତୁତ

ଯୋଗଦେଲେ ସମସ୍ତ ୭ଟି ମୋର୍ଚ୍ଚାର ପ୍ରମୁଖ କାର୍ଯ୍ୟକର୍ତା

ରାଜ୍ୟ ସରକାରଙ୍କ ମିଛ ବର୍ତମାନ ପଦାରେ ପଡିଲାଣି..

କଟକ / ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌)ତା.୨୦/୦୨: ରାଜ୍ୟବାସୀଙ୍କୁ ଭ୍ରଷ୍ଟାଚାରୀ ଓ ଦୁର୍ନୀତିଗସ୍ତ ବିଜେଡି ସରକାରର ଆଉ ଆବଶ୍ୟକତା ନାହିଁ । ମହିଳା, ଯୁବ, କୃଷକ, ଅନୁସୁଚିତ ଜାତି ଓ ଜନଜାତି, ପଛୁଆ, ସଂଖ୍ୟାଲଘୁ ବର୍ଗ ଲୋକଙ୍କୁ ବାରମ୍ବାର ପ୍ରତାରିତ କରି ଆସୁଛି ଶାସକ ବିଜେଡି । ରାଜ୍ୟ ସରକାରଙ୍କ ମିଛ ବର୍ତମାନ ପଦାରେ ପଡିଲାଣି ।

ଅନ୍ୟ ପଟେ କେନ୍ଦ୍ରରେ ମୋଦି ସରକାର ଶାସନ କ୍ଷମତାକୁ ଆସିବା ୨୦୧୪ ମସିହା ପରେ ଅନେକ ଜନକଲ୍ୟାଣକାରୀ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ କରାଯାଇଛି ସତ କିନ୍ତୁ ବିଜେଡି ସରକାରଙ୍କ ଜନବିରୋଧୀ ମନୋଭାବ କାରଣରୁ ଓଡିଶାବାସୀ ଏ ସମସ୍ତ ଯୋଜନାର ସୁଫଳ ପାଇବାରୁ ବଂଚିତ ହେଉଛନ୍ତି । ମୋଦି ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ବାର୍ତା ଏବଂ ବିଜେଡି ସରକାରର ଜନବିରୋଧୀ ମାନସିକତା ବିରୋଧରେ ଭାରତୀୟ ଜନତା ପାର୍ଟୀର ସମସ୍ତ ମୋର୍ଚ୍ଚାର ପ୍ରମୁଖ କାର୍ଯ୍ୟକର୍ତାଙ୍କୁ ନେଇ ଆଜି କଟକଠାରେ ସଂଯୁକ୍ତ ମୋର୍ଚ୍ଚାର ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ସମସ୍ତ ୭ଟି ମୋର୍ଚ୍ଚାର କାର୍ଯ୍ୟ ସମୀକ୍ଷା କରାଯିବା ସହିତ ଆଗାମୀ ଦିନ ପାଇଁ ରୋଡ ମ୍ୟାପ ପ୍ରସ୍ତୁତ କରାଯାଇଥିଲା । ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ରାଷ୍ଟ୍ରୀୟ ସାଧାରଣ ସଂପାଦକ ତଥା କ୍ଷେତ୍ରୀୟ ପ୍ରଭାରୀ ଶ୍ରୀ ସୁନୀଲ ବଂଶଲ, ବିରୋଧୀ ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ର, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ସାଂସଦ ଶ୍ରୀ ପ୍ରତାପ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ରହି ଉପସ୍ଥିତ କାର୍ଯ୍ୟକର୍ତାଙ୍କୁ ସମ୍ବୋଧନ କରିଥିଲେ ।

ଏହି ଅବସରରେ ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ଡ.ଲେଖାଶ୍ରୀ ସାମନ୍ତସିଂହାର, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ, ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ୍‌ ଆଚାର୍ଯ୍ୟ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ଏସଟି ମୋର୍ଚ୍ଚା ରାଜ୍ୟ ସଭାପତି ନିତ୍ୟାନନ୍ଦ ଗଣ୍ଡ, ଏସସି ମୋର୍ଚ୍ଚା ରାଜ୍ୟ ସଭାପତି ବିଭୁ ପ୍ରସାଦ ତରାଇ, ସଂଖ୍ୟାଲଘୁ ମୋର୍ଚ୍ଚା ରାଜ୍ୟ ସଭାପତି ସିକନ୍ଦର ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ ।