ଆସନ୍ତା ୩୧ ଓ ୧ ତାରିଖରେ ରାଜ୍ୟ କଂଗ୍ରେସ ପକ୍ଷରୁ ଦୁଇଦିନିଆ ଓରିଏଣ୍ଟେସନ କାର୍ଯ୍ୟକ୍ରମ କଂଗ୍ରେସ ଭବନ ଠାରେ ହେବ

ଭୁବନେଶ୍ୱର ତା ୨୯.୯- ପୂର୍ବ ନିଷ୍ପତି କ୍ରମେ ଆସନ୍ତା ୩୧ ତାରିଖ ମଙ୍ଗଳବାର ଓ ସେପ୍ଟେମ୍ବର ୧ ତାରିଖ ବୁଧବାର ଦିବା ୧୦ ଘଂଟା ସମୟରେ କଂଗ୍ରେସ କର୍ମକର୍ତା ମାନଙ୍କର ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ କଂଗ୍ରେସ ଭବନଠାରେ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମକୁ ନିଖିଳ ଭାରତ କଂଗ୍ରେସ କମିଟିର ସାଧାରଣ ସଂପାଦକ ଡଃ. ଏ ଚେଲା କୁମାର ଉଦ୍‌ଘାଟନ କରିବେ ବୋଲି ଏକ ପ୍ରେସ ବିବୃତିରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ତଥା ରାଜ୍ୟ କଂଗ୍ରେସ ସେବାଦଳର ଅଧ୍ୟକ୍ଷ ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କହିଛନ୍ତି ।

ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଏଆଇସିସି ସଂପାଦକ ଜି. ରୁଦ୍ର ରାଜୁ ଓ ବିଧାୟକ ଦଳ ନେତା ନରସିଂହ ମିଶ୍ର ଉଦ୍‌ବୋଧନ ଦେବେ । ୩୧ ତାରିଖ ଦିନର କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଳା କଂଗ୍ରେସ ସଭାପତି, ସମସ୍ତ ଜିଲ୍ଲା ପର୍ଯ୍ୟବେକ୍ଷକ, ରାଜ୍ୟ ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ, ସେବାଦଳ ଓ ମହିଳା କଂଗ୍ରେସର ମୁଖ୍ୟ ମାନଙ୍କ ସହ ପ୍ରଦେଶ କଂଗ୍ରେସର ସମସ୍ତ ପ୍ରକୋଷ୍ଠର ଅଧ୍ୟକ୍ଷ ମାନେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରାଯାଇଛି ବୋଲି ଡ. ଜ୍ଞାନେନ୍ଦ୍ର କହିଛନ୍ତି । ସେପ୍ଟେମ୍ବର ୧ ତାରିଖ ଦିନ, ୨୦୧୯ ନିର୍ବାଚନରେ କଂଗ୍ରେସ ଦଳ ପକ୍ଷରୁ ଲୋକସଭା ଓ ବିଧାନସଭାରେ ପ୍ରାର୍ଥୀ ହୋଇଥିବା ନେତୃବୃନ୍ଦ ଯୋଗଦେବା ପାଇଁ ନିମନ୍ତ୍ରଣ କରାଯାଇଛି ।

ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ୫ଗୋଟି ସଂପାନରେ, ପ୍ରଫେସର ଦାସ ବେନୁହୁର, ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନଗୋ, ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ଯଜେ୍ଞଶ୍ୱର ବାବୁ ଓ ବୁଦ୍ଧିଜୀବି ସୁଦର୍ଶନ ଦାସ ବକ୍ତବ୍ୟ ରଖିବେ । ସମସ୍ତ କାର୍ଯ୍ୟକ୍ରମକୁ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଶ୍ରୀ ଚିରଞ୍ଜିବ ବିଶ୍ୱାଳ ଓ ପ୍ରଦୀପ ମାଝୀ ପରିଚାଳନା କରିବେ ବୋଲି ପ୍ରଦେଶ କଂଗ୍ରେସ ପକ୍ଷରୁ କୁହାଯାଇଛି ।