ବବି ବାବୁ କ୍ରୀତଦାସ କାହାର ହେବା ପାଇଁ ଚାହୁଁଛନ୍ତି ?
5ଟି ଏକ ଚିନ୍ତାଧାରା ବୋଲି ବିଜେଡି କହୁଛି, ଚିନ୍ତାଧାରାଟି ଲୋକଙ୍କ ସମସ୍ୟାର ସମାଧାନ କରିବ କେମିତି..
ବ୍ରିଟିଶ ଶାସନର ଘୃଣ୍ୟପ୍ରଥା କ୍ରୀତଦାସ ପ୍ରଥାକୁ ବବି ବାବୁ ଦୋହରାଇ ପ୍ରଶାସନିକ ଅଧିକାରୀଙ୍କ କ୍ରୀତଦାସ ହେବାକୁ ଚାହୁଁଛନ୍ତି କି? : ଗୋଲକ ମହାପାତ୍ର
ଭୁବନେଶ୍ୱର, ମାର୍ଚ୍ଚ ୧୯ – ବ୍ରିଟିଶ ଶାସନ ସମୟର ଘୃଣ୍ୟପ୍ରଥା ଥିବା କ୍ରୀତଦାସ ପ୍ରଥାକୁ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଓରଫ ବବି ବାବୁ ଦୋହରାଇ ପ୍ରଶାସନିକ ଅଧିକାରୀଙ୍କ କ୍ରୀତଦାସ ହେବାକୁ ଚାହୁଁଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ।
ଶ୍ରୀ ମହାପାତ୍ର କହିଛନ୍ତି ଯେ ଗତକାଲି ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଯେଉଁ ଦରକାର ପଡିଲେ କ୍ରୀତଦାସ ହେବି କଥା କହିଛନ୍ତି, ବୋଧ ହୁଏ ସେ ଇତିହାସକୁ ଠିକ୍ ଭାବେ ଅନୁଶୀଳନ ନ କରି କହିଛନ୍ତି । ତାଙ୍କର ମନ୍ତବ୍ୟ ସାମନ୍ତବାଦୀ ମାନସିକତାର ପରିଚୟ । ବ୍ରିଟିଶ ଶାସନ କାଳରେ ପରାଧୀନତା ସମୟରେ ଥିବା କ୍ରୀତଦାସ ଭଳି ଘୃଣ୍ୟପ୍ରଥାକୁ ବବି ବାବୁ କହି ଏହାକୁ ପୁନର୍ଜୀବିତ କରିଛନ୍ତି । ଏଥିରୁ ଜଣାପଡୁଛି, ଓଡ଼ିଶା ଏବେ କେଉଁ ସ୍ଥିତିରେ ଅଛି ଏବଂ କେଉଁ ଆଡକୁ ଗତି କରୁଛି ? ଓଡ଼ିଶାରେ ବ୍ରିଟିଶ ଶାସନ ସମୟର ପରମ୍ପରା ଲାଗୁ କରିବା ତଥା ରାଜ୍ୟକୁ ପରାଧୀନ ମାନସିକତା ଆଡକୁ ନେବାର ଯୋଜନା ନାହିଁ ତ ? ବବି ବାବୁ କ୍ରୀତଦାସ କାହାର ହେବା ପାଇଁ ଚାହୁଁଛନ୍ତି ? ବୋଧ ହୁଏ ସେ ନିଜ ଚାକିରି ବଞ୍ଚାଇବା ପାଇଁ କିଛି ପ୍ରଶାସନିକ ଅଧିକାରୀଙ୍କ କ୍ରୀତଦାସ ହେବାକୁ ମନ ବଳାଇଛନ୍ତି, ଯାହା ଜଣେ ରାଜନୀତିରେ ଥିବା ବ୍ୟକ୍ତି ମାନଙ୍କ ପାଇଁ କଷ୍ଟଦାୟକ ।
ଆହୁରି ପଢ଼ନ୍ତୁ...