ଶ୍ରୀମନ୍ଦିରର ଦେବଦାସୀ

ସବୁ ନୀତି ନିୟମ ବିଷୟରେ ” ମାଦଳା ପାଞ୍ଜି “

ଚୋଡଗଙ୍ଗ ଦେବ ପୁରୀ ଜଗନ୍ନାଥ ମନ୍ଦିର ସ୍ଥାପନ କଲା ପରେ ସେବା କାର୍ଯ୍ୟ ପାଇଁ ୩୬ ପ୍ରକାରର ସେବକ ପାଇଁ ବ୍ୟବସ୍ଥା କରିଥିଲେ । ତାହା ମଧ୍ୟରୁ ଦେବଦାସୀ ବା ମାହାରୀ ଅନ୍ୟତମ ।ସେ ସେମାନଙ୍କ ପାଇଁ ଜମି ପ୍ରଦାନ କରିବାର ବ୍ୟବସ୍ଥା କରି “କୌଡଙ୍ଗସାହି ” ନାମକ ସ୍ଥାନରେ ସେମାନଙ୍କୁ ସ୍ଥାପିତ କରି ତାଙ୍କର ନିୟମିତ ଚଲିବା ପାଇଁ ବ୍ୟବସ୍ଥା କରିଥିଲେ । ସେମାନଙ୍କ ଶୃଙ୍ଖଳିତ ବ୍ୟବହାର ପାଇଁ ସେ ନୀତି ନିୟମ ମଧ୍ୟ ପ୍ରଣଯନ କରିଥିଲେ । ସେହି ସବୁ ନୀତି ନିୟମ ବିଷୟରେ ” ମାଦଳା ପାଞ୍ଜି “ରେ ବିଷଦ ଭାବରେ ବର୍ଣ୍ଣନା ରହିଛି ।

ଦେବଦାସୀମାନେ ନିଜକୁ ଭଗବାନଙ୍କ ପତ୍ନୀ ହିସାବରେ ଆଜୀବନ ସମର୍ପଣ କରିଥାନ୍ତି ଓ ଭଗବାନଙ୍କ ସେବା ନିଷ୍ଠାର ସହ ପାଳନ କରିଥାନ୍ତି ।ପର୍ବ ପର୍ବାଣି ସମୟରେ ଏହି ଦେବଦାସୀମାନେ ଭଗବାନଙ୍କ ସମ୍ମୁଖରେ ନୃତ୍ୟ କରିଥାଆନ୍ତି ।ଯଦିଓ ବାହାର ନାର୍ତକୀମାନେ ମଧ୍ୟ ଏହି ମାହାରୀ ନୃତ୍ୟ ମଣ୍ଡପ ମାନଙ୍କରେ ପରିବେଷଣ କରିଥାନ୍ତି ଏହି ନୃତ୍ୟ ପ୍ରଥମରୁ ଦେବଦାସୀ ବ ମାହାରୀ ମାନଙ୍କଦ୍ୱାରା ମନ୍ଦିରରେ କରାଯାଉଥିଲା । କେତେକ କ୍ଷେତ୍ରରେ ଦେବଦାସୀମାନେ ସାବିତ୍ରୀ ବ୍ରତ ଦିନ ଭଗବାନ ଜଗନ୍ନାଥଙ୍କ ନାମରେ ସାବିତ୍ରୀ ବ୍ରତ ମଧ୍ୟ ପାଳନ କରୁଥିଲେ ।

ମାହାରୀମାନଙ୍କୁ ଶ୍ରୀମନ୍ଦିରରେ ଖୁବ ସମ୍ମାନ ଦିଆଯାଇଥାଏ ଓ ଜଗନ୍ନାଥଙ୍କ ପତ୍ନୀ ମହାଲକ୍ଷ୍ମୀଙ୍କ ତଳକୁ ତାଙ୍କର ସ୍ଥାନ ବୋଲି କୁହାଯାଇଥାଏ । ଏକଦା ଶ୍ରୀମନ୍ଦିରରେ ୨୫ ଜଣ ଦେବଦାସୀ ବା ମାହାରୀ ରହିଥିଲେ । ସେ ମଧ୍ୟରୁ ଶଶିମଣି ଦେବୀ  ୧୨ ବର୍ଷ ବୟଶରୁ ଦେବଦାସୀ ଭାବରେ ସେବା କରି ୯୨ ବର୍ଷ ବୟଶରେ ଶେଷ ଜୀବିତ ଦେବଦାସୀ ଭାବରେ ୨୦୧୫ , ମାର୍ଚ ୧୯ ତାରିଖରେ ପୁରୀଠାରେ ସ୍ୱର୍ଗାରୋହଣ କରିଥିଲେ ।ତାଙ୍କ ପରେ ବହୁ କାଳରୁ ଚାଲି ଆସିଥିବା ଏହି ପ୍ରଥା ଶ୍ରୀମନ୍ଦିରରେ ବନ୍ଧ ହେଇଯାଇଛି