ଆମ ଶାସନରେ ଦୀପୋଚ୍ଛବ ବା ପୟାଶ୍ରାଦ୍ଧ

ବଡବଡୁଆ ହୋ..

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ଏଦିନ ପ୍ରାତଃରୁ ଉଠି ବ୍ରାହ୍ମଣ ମାନେସନ୍ଧ୍ୟା,ଗାୟତ୍ରୀ,ୟଜ୍ଞୋପବୀଧାରଣ,ତର୍ପଣ,ବୈଶ୍ୱଦେବ,କରନ୍ତି ବାରୀକ ପ୍ରତ୍ୟେକ ଗୃହରେ ବାଳୁଙ୍ଗାଧାନ,ପଣଷ ପତ୍ର,ବେତକନ୍ଦା,ଛତୁଆରୀ ,ଶତାବରୀ ଦେଇ ଯାଆନ୍ତି । ସନ୍ଧ୍ୟା ବା ଗୋଧୂଳୀବେଳା ଗଡିଲେ ପ୍ରତ୍ୟେକ ଦ୍ୱାରରେ ଦୀପ ଲଗାଇ ସୁନ୍ଦର ଭାବରେ ଆଲୋକିତ କରାଯାଏ ଦୀପରେ ପୋଲାଙ୍ଗତେଲ,ବଳୀତା ପକାଇ ମୁରୁଜ ଫୁଲ ଆଦିରେ ସଜାଯାଏ ।

ଏହାପରେ ଗୃହର ଅଗଣା ବା ତୁଳସୀ ଚଉରା ମୂଳରେ ଶ୍ରାଦ୍ଧ ମଣ୍ଡଳ କଟାଯାଏ ପୂର୍ବରେ ମୂରୁଜରେ ୧୦ଟି କୋଠି,ଉତ୍ତରରେ ୭ଗୋଟି କୋଠି,ଦକ୍ଷୀଣରେ ୧୨ଗୋଟି କୋଠି କଟାଯାଏ ଏହାପରେ ଶ୍ରାଦ୍ଧ କରାଯାଏ ୧୦ ବିଶ୍ୱେଦେବା କ୍ରତୁ,ସତ୍ୟ,ବସୁ ,ଦକ୍ଷ,କାଳ,କାମ,ଧୂରୀ,ରୋଚନ,ପୁରୁରବ,ମାଦ୍ରବ,।

ସେହିପରି ସପ୍ତଊଷି ସନକ,ସନନ୍ଦ,ସନାତନ,କପିଳ,ଆସୁରୀ,ବୋଢୁ ପଞ୍ଚସିଖ,ଆଦି ସେପରି ପିତୃ ତିନି ପୁରୁଷ ମାତୃ ତିନି,ମାତୁଳ ତିନି ମାତାମହି ତିନି ଏହିପରି ୧୨ ଏପରି ସମସ୍ତଙ୍କୁ ଶାସ୍ତ୍ରୋକ୍ତ ଅନୁସାରେ ଶ୍ରାଦ୍ଧ ଦିଆଯାଏ ଏଥିରେ ଆଖୁ,ଖଈକୋରା ,ଫଳମୂଳ ଆଦି ଦିଆଯାଏ । ଶେଷରେ ବଳିତାରେ ବା କେହି କେହି କାଉଁରୀଆ କାଠିରେ ବାଳୁଙ୍ଗା ,ଦୁବ,ଫୁଲ,ବଳିତା ଦେଇ ଅଗ୍ନୀ ଲଗାଯାଏ ଏହି ସମୟରେ ପାଠକରା ଯାଏ…

ଯମଲୋକ ପରିତେଜ୍ୟ ଆଗଚ୍ଛନ୍ତୁ ମହାଳୟେ । ତେଷାମୁଦ୍ଧଣାର୍ଥାୟ ଇମଂ ଦୀପଂ ବଦାମ୍ୟହଂ ।। ଈତି………..!!

ବଡବଡୁଆ ଡାକ:
ବଡବଡୁଆ ହୋ ! ଅନ୍ଧାରରେ ଆସି ଆଲୁଅରେ ଯାଅ । ଗଙ୍ଗା ଯାଅ ଗୟା ଯାଅ , କାଶୀ ଯାଅ ..ପୁରୁଷୋତ୍ତମରେ ମହାପ୍ରସାଦ ଖାଇ..ବାଇଶି ପାହାଚରେ ଗଡ ଗଡଉଥାଅ ।

ଏହିପରି ଉକ୍ତି ପିତୃଙ୍କ ଉଦେଶ୍ୟରେ କୁହାଯାଏ ବିଗତ ମହାଳୟାରେ ପିତୃଙ୍କ ଆଗମନ ଓ ଆଜିର ଦିନରେ ଗମନ କରନ୍ତି । କାଉଁରିଆ ଜାଳି ପ୍ରତ୍ୟେକ ଗୃହରେ ଦେଖାଯାଏ ପରେ ବାଣମଧ୍ୟ ମରାଯାଏ ଏହିପରି ସୁନ୍ଦର ଭାବରେ ପୟାଶ୍ରାଦ୍ଧ ବା ଦୀପୋଚ୍ଛବ ପାଳନ କରାଯାଏ ।।