ଭାରତରେ ବାଣଫୁଟାର ଇତିହାସ

ମୋଗଲ ଶାସକଙ୍କ ଅମଳ ଭାରତରେ ବାଣଫୁଟା ପରମ୍ପରା ଆରମ୍ଭ…

ନୂଆଦିଲ୍ଲୀ: ଭାରତରେ ମୋଗଲ ଶାସକଙ୍କ ଅମଳରେ ବାଣଫୁଟା ପରମ୍ପରା ଆରମ୍ଭ କରାଗଲା । ଭାରତରେ ଲୋଦୀ ବଂଶ ଶାସନ କରୁଥିଲେ । ଲୋଦୀବଂଶର ରାଜା ଇବ୍ରାହିମ ଲୋଦୀ ଓ ମୋଗଲ ରାଜା ବାବରଙ୍କ ମଧ୍ୟରେ ପ୍ରଥମ ପାନିପତ ଯୁଦ୍ଧ ହୋଇଥିଲା । ସେହି ଯୁଦ୍ଧରେ ବାବର ବନ୍ଧୁକ, ଗୁଳି, ତୋପ, ବୋମା ବ୍ୟବହାର କରିଥିଲେ । ବାବରଙ୍କ ବାରୁଦରୁ ତିଆରି କ୍ଷେପଣାସ୍ତ୍ର ବା ରକେଟ୍‌ ନିକଟରେ ଇବ୍ରାହିମଙ୍କ ବିଶାଳ ସେନା ପରାଜିତ ହେଲେ । ଇବ୍ରାହିମଙ୍କୁ ପରାଜୟ କରି ବାବର ଦିଲ୍ଲୀରେ ମୋଗଲ ଶାସନର ମୂଳଦୁଆ ପକାଇଲେ ।

୧୫୨୬ରେ ବାରୁଦ ବାବରଙ୍କ ଜରିଆରେ ଭାରତକୁ ଆସିଲା । ବାବରଙ୍କ ରାଜତ୍ୱ ଆରମ୍ଭରୁ ଆକବରଙ୍କ ରାଜତ୍ୱ ଶେଷ ପର୍ଯ୍ୟନ୍ତ କେବଳ ରାଜ ପରିବାର ପକ୍ଷରୁ ପାଳିତ ଉତ୍ସବଗୁଡ଼ିକରେ ବାଣର ବ୍ୟବହାର ସୀମିତ ଥିଲା । ସେତେବେଳେ ବାରୁଦର ମୂଲ୍ୟ ମହଙ୍ଗା ଥିବାରୁ ସାଧାରଣ ଲୋକଙ୍କ ପକ୍ଷେ ବାଣ ବ୍ୟବହାର ସ୍ୱପ୍ନ ପ୍ରାୟ ଥିଲା ।

କାଳକ୍ରମେ ଜମିଦାର ବଂଶ ବାଣ ଫୁଟା ଆୟୋଜନ କଲେ । ବିଭିନ୍ନ ପ୍ରକାର ବାଣ ଫୁଟାଇ ପାରୁଥିବା ଲୋକଙ୍କ ବଂଶକୁ ବାଣୁଆ ବଂଶ ନାମ ଦିଆଗଲା । କିଛି ଲୋକଙ୍କ ସାଙ୍ଗିଆ ‘ବାଣୁଆ’ ରଖାଯିବାର କାରଣ ସେହି ବଂଶର ପୂର୍ବଜ ରାଜ ପରିବାର ପକ୍ଷରୁ ପାଳିତ ବିଭିନ୍ନ ଉତ୍ସବରେ ‘ବାଣଫୁଟା’ କାମ କରୁଥିଲେ । ମାତ୍ର ଆଜି ଗରିବ ଲୋକଟିଏ ମଧ୍ୟ ବିବାହ ଉତ୍ସବରେ ବାଣ ଫୁଟାଇ ପାରୁଛି । ଏହା ଆମ ପାଇଁ ଗୌରବର କଥା ନୁହେଁ କି?

This content fast appear in https://shaksinews.com/  and https://www.facebook.com/NewsShaksi  and https://www.facebook.com/ShaksiNewsOdisha.399488