ବିପଦରେ ପଡ଼ିଛନ୍ତି! କରନ୍ତୁ ସଂକଟ ଚତୁର୍ଥୀ ବ୍ରତ

ଚଳିତବର୍ଷ ସଂକଟ ଚତୁର୍ଥୀ (୧୦ ଜାନୁଆରୀ)

ମାଘମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିକୁ……

ମାଘମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିକୁ ସଂକଟ ଚତୁଥୀ ବ୍ରତ ଭାବେ ପାଳନ କରାଯାଏ । ସଂକଟ ଚତୁର୍ଥୀ ବ୍ରତକୁ ଭିନ୍ନଭିନ୍ନ ନାମ ଦିଆଯାଇଛି ଯଥା: ସଂକଷ୍ଟୀ ଚତୁର୍ଥୀ, ବକ୍ରତୁଣ୍ଡୀ ଚତୁର୍ଥୀ, ମାହୀ ଚତୁର୍ଥୀ ଓ ତିଳକୁଟା ଚୌଥ । ଶାସ୍ତ୍ରମତେ ସକଟ ଚତୁର୍ଥୀ ଦିନ ଗୌରୀ, ଗଣେଶ, ଚନ୍ଦ୍ରଙ୍କର ମୃଣ୍ମୟ ପ୍ରତିମାକୁ ପୂଜା କରାଯାଏ । ତା’ ସହିତ ସକଟ ମା’ଙ୍କର ପୂଜାର୍ଚ୍ଚନା କରାଯାଏ । ସକଟ ଶବ୍ଦର ଅର୍ଥ ହେଉଛି ସଂକଟ । ସେଦିନ ଗଣପତି ସବୁ ଦେବତାଙ୍କୁ ସଂକଟରୁ ମୁକ୍ତ କରିଥିଲେ । ଚଳିତ ବର୍ଷ ଜାନୁଆରୀ ୧୦ ତାରିଖରେ ସକଟ ଚତୁର୍ଥୀ ବ୍ରତ ପାଳନ କରାଯିବ । ମା’ମାନେ ସେମାନଙ୍କର ସନ୍ତାନ ସନ୍ତତିଙ୍କ ମଙ୍ଗଳ ପାଇଁ ନିର୍ଜଳା ଉପବାସ ପୂର୍ବକ ବ୍ରତ ପାଳନ କରନ୍ତି । ପୂଜାଶେଷରେ ବ୍ରତୀମାନେ ତିଳକୁଟାରେ ତିଆରି ପିଠା ସେବନ କରିଥାନ୍ତି ।
୨୦୨୩ ଜାନୁଆରୀ ୧୦ ତାରିଖ ମଧ୍ୟାହ୍ନ ୧୨ଟା ୦୯ ମିନିଟରେ ଶୁଭଯୋଗ ଆରମ୍ଭ ହୋଇ ୧୧ ଜାନୁଆରୀ ଦିନ ୨ଟା ୩୧ ମିନିଟ୍‌ ପର୍ଯ୍ୟନ୍ତ ଶେଷ ହେଉଛି । ବ୍ରତୀମାନେ ୧୦ ଜାନୁଆରୀ ଦିନ ସଂକଟ ଚତୁର୍ଥୀ ଉପବାସ ରଖିପାରିବେ । ବ୍ରତୀମାନେ ଚନ୍ଦ୍ରଙ୍କ ଦର୍ଶନ କରିବା ପରେ ବ୍ରତ ତେଜନ୍ତି । ଅତଏବ ୧୦ ଜାନୁଆରୀ ସନ୍ଧ୍ୟା ୮ଟା ୪୧ ମିନିଟରେ ଚନ୍ଦ୍ର ଉଦୟ ହେଉଥିବାରୁ ବ୍ରତୀମାନେ ସେହି ସମୟରେ ଉଦୟ ଚନ୍ଦ୍ରଙ୍କ ଦର୍ଶନ କରିପାରିବେ ।

ପୁରାଣରେ ବର୍ଣ୍ଣିତ ଅଛି, ସେହିଦିନ ଭଗବାନ ଗଣେଶଙ୍କୁ ଦ୍ୱାରମୁହଁ ଜଗିବା ପାଇଁ ନିର୍ଦ୍ଦେଶ ଦେଇ ମା’ ପାର୍ବତୀ ସ୍ନାନ ପାଇଁ ଚାଲିଗଲେ । ଯାଉ ଯାଉ କାହାକୁ ଭିତରକୁ ନଛାଡ଼ିବା ପାଇଁ ତାଗିଦ୍‌ କରିଥିଲେ । ତହୁଁ ଭଗବାନ ଶିବ ଘର ଭିତରକୁ ଯିବା ପାଇଁ ଉଦ୍ୟତ ହୁଅନ୍ତେ ଗଣେଶ ତାଙ୍କ ପଥ ଓଗାଳି ଠିିଆହେଲେ । ପ୍ରଚଣ୍ଡ କ୍ରୋଧ ପ୍ରକାଶ କରି ଭଗବାନ ଶିବ ତ୍ରିଶୂଳରେ ଗଣେଶଙ୍କ ମୁଣ୍ଡ କାଟିଦେଲେ । ଗଣେଶଙ୍କର ମସ୍ତକବିହୀନ ଶରୀରକୁ ଦେଖି ପାର୍ବତୀ କାନ୍ଦିବାକୁ ଲାଗିଲେ । ପୁଅଜୁ ବଂଚାଇଦେବାକୁ ଅଳି କଲେ । ମା’ଙ୍କର ଅନୁନୟ ରକ୍ଷା କରି ପ୍ରଭୁ ସଦାଶିବ ଭଗବାନ ଗଣେଶଙ୍କୁ ହାତୀମୁଣ୍ଡ ଲଗାଇ ଜୀବନ ଦାନ କରିଥିଲେ । ଏହିଦିନ ପ୍ରଭୁ ଗଣେଶ ସବୁ ଦେବାଦେବୀଙ୍କ ଅଗ୍ରରେ ରହି ପୂଜା ପାଇବାର ଆଶୀର୍ବାଦ ପ୍ରାପ୍ତ କରିଥିଲେ । ପଣ୍ଡିତମାନେ କହନ୍ତି, ସେଦିନ କାହାକୁ ପ୍ରଭୁ ଶ୍ରୀଗଣେଶ ରିକ୍ତ ହସ୍ତରେ ଫେରାନ୍ତି ନାହିଁ ।

ସଂକଟ ଚତୁର୍ଥୀ ବ୍ରତ ଦିନ ପ୍ରଭୁ ଶ୍ରୀଗଣେଶଙ୍କ ନିକଟରେ ଘିଅ ଓ ଗୁଡ଼ ଭୋଗ ଲଗାଇଲେ, ଆର୍ଥିକ ଅଭାବ ଦୂର ହୁୁଏ । ‘ଓ ଗଂ ଗଣପତୟେ ନମଃ’ ମନ୍ତ୍ରକୁ ୧୧ ବାର ଜପ କରିବ । ହାତରେ ଫୁଲଟିଏ ଧରି ପ୍ରତି ମନ୍ତ୍ର ଜପ କରିବା ପରେ ପ୍ରଭୁ ଶ୍ରୀଗଣେଶଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିବା ଫଳରେ ଆପଣଙ୍କ ପରିଶ୍ରମର ଉପଯୁକ୍ତ ପାରିଶ୍ରମିକ ପାଇଯିବେ । ଯାବତୀୟ ଚିନ୍ତାରୁ ମୁକ୍ତ ହେବା ପାଇଁ ପାନପତ୍ର ଉପରେ ହଳଦିରେ ସ୍ୱସ୍ତିକ ବନାଇ ପ୍ରଭୁଙ୍କୁ ଅର୍ପଣ କରନ୍ତୁ ।