ଯମରାଜା ଲବଣ ଦାନକୁ ଭୟ କରନ୍ତି କ’ଣ କହୁଛି ଗରୁଡ଼ ପୁରାଣ ଜାଣନ୍ତୁ..

ହେ ଗରୁଡ଼ ! ପ୍ରାଣୀ ମାନେ ତୁଳା ଦାନ ଦେଲେ ଯମଦୂତମାନେ ସନ୍ତୁଷ୍ଟ ହୁଅନ୍ତି । ଯମରାଜା ଲବଣ ଦାନକୁ ଭୟ କରନ୍ତି ଓ ଯେଉଁ ପ୍ରାଣୀ ଲବଣ ଦାନ ଦିଅନ୍ତି ଯମରାଜା ତାହାକୁ ଗହଣ କରି ଚିତ୍ରଗୁପ୍ତ ଙ୍କ ନିକଟକୁ ପଠାଇ ଦିଅନ୍ତି । ଚିତ୍ରଗୁପ୍ତ ଏହି ଦାନରେ ସନ୍ତୁଷ୍ଟ ହୁଅନ୍ତି । ରାଶି ,ସୁନା ,ଲବଣ ,ତୁଳା ଲୁହା ଏସବୁ ଦାନ ଦେଲେ ଯମ ରାଜା ସନ୍ତୁଷ୍ଟ ହୋଇଥାନ୍ତି ।

ଭଗବାନ ବିଷ୍ଣୁ ନାରଦଙ୍କୁ ସାକ୍ଷାତ କରି ବୈକୁଣ୍ଠ ପୁର ସିଂହାସନ ଉପରେ ବସିଥାନ୍ତି । ଏହିସମୟରେ ଗରୁଡ଼ ଆସି ସେଠାରେ ପ୍ରବେଶ ହେଲା । ଦୁଇହାତ ଯୋଡି ଭଗବାନ ବିଷ୍ଣୁ ଙ୍କୁ ପ୍ରଣିପାତ କରି କହିଲା ହେ କମଳାର ବର ! ଆତୁର ସମୟରେ ପାପୀ ମାନଙ୍କ ପାଇଁ ଦାନ ବିଷୟରେ ବହୁତ କଥା ଆପଣଂକ ଠାରୁ ଶୁଣିଥିଲି ? ଆଉ କିଛି ଦାନ ଅଛି ଯଦି ମୋତେ କୁହନ୍ତୁ ?

ନାରାୟଣ ଦେବ ଅଳ୍ପ ହସି କହିଲେ ହେ ଗରୁଡ଼ ! ତୁମର ଆଗ୍ରହ ଦେଖି ମୁଁ ଖୁସି ଅନୁଭବ କରୁଛି ? ଏବେ ଅନ୍ୟ ଦାନ ବିଷୟରେ କହୁଛି ମନଦେଇ ଶୁଣ ?

ଭଗବାନ ବିଷ୍ଣୁ କହୁଛନ୍ତି ….,,,ପୂର୍ବରୁ ଜଣେ ବେଦଜ୍ଞ ବ୍ରାହ୍ମଣ ଙ୍କୁ ଆଣି ଏହାଙ୍କୁ ଗନ୍ଧ ,ପୁଷ୍ପ ,ଚନ୍ଦନ ,ଧୂପଦୀପ ଦେଇ ରୁଦ୍ରାଭିଷେକ ମନ୍ତ୍ରରେ ଅଭିଷେକ କରି ରୁଦ୍ର ତାଣ୍ଡବ ମହିମା ପାଠ କରି ମିଷ୍ଟା ନ୍ନ ନୈବେଦ୍ୟ କରି ବ୍ରାହ୍ମଣ କୁ ଖାଇବାକୁ ଦେବ । ତାପରେ ସବତ୍ସା କପିଳା ଧେନୁ କୁ ବ୍ରାହ୍ମଣ ଙ୍କୁ ଦାନ ଦେଇ ଉପଯୁକ୍ତ ଦକ୍ଷିଣା ପ୍ରଦାନ କରିବ । ନମଃ ରୁଦ୍ର କହି ବ୍ରାହ୍ମଣ ନିକଟରେ ଶରଣଂ ପଶିବ ଓ ଜୀଵ କହିବ …‘କାଳଦଣ୍ଡ ଯମଦଣ୍ଡ ନ ହୋଇବ ଦୁଃଖ ।।

ଋଣ ଧେନୁ ଦାନ … ..

ଯେଉଁଜନ ପର ଠାରୁ ଋଣ ଆଣି ଆଉ ସୁଝେ ନାହିଁ ଶେଷ ସମୟରେ ଯମ ତାହାକୁ ସେହି ଧନ ମାଗିଥାଏ ।ଜୀଵ ଯମ ପୁରରେ ଧନ କେଉଁଠୁ ପାଇବ ଯେ ଯମ କୁ ଆଣି ଦେବ ?ଉପାୟ ଶୁନ୍ୟ ହୋଇ ଜୀଵ ନର୍କ ଭୋଗକରେ ।ସେହି ପ୍ରାଣୀ ପଶୁପକ୍ଷୀ ଯୋନି ରେ ଜନ୍ମ ହୁଏ । ପୂର୍ବ ଋଣ ନ ସୁଝିବା ଯାଏ ସେ ସେମିତି ପଶୁପକ୍ଷୀ ଯୋନିରେ ଘୁରି ବୁଲୁଥାଏ । ଯଦି ତାହାର ପୁତ୍ର ଗୋଟିଏ କଳା ଗାଈ କିଣି ସେହି ଗାଈ କୁ ବିରି ଘାସ ଖାଇବାକୁ ଦେବ ।ଏହିପରି ସାତ ଦିନ ଗାଈ କୁ ଘାଇବା ଦେଇ ସାରିବା ପରେ ଉତ୍ତମ ଦ୍ଵିଜ ଘରକୁ ଡାକିବ।ଉପଯୁକ୍ତ ସମ୍ମାନ ଦେଇ ବ୍ରାହ୍ମଣ କୁ ସନ୍ତୋଷ କରି ତା ହସ୍ତରେ କଳା ଗାଈ କୁ ଦାନ ଦେଇ ଦକ୍ଷିଣା ପ୍ରଦାନ କଲେ ତାହାର ପିତା ମୋକ୍ଷ ପାଏ ।ଏହି ଦାନ ଫଳରେ ପାପୀ ବୈତରଣୀ ନଦୀ ପାର ହୁଏ ।

ହେ ପକ୍ଷୀବର ଅନ୍ୟ ଛଅଟି ଧେନୁ ଦାନ ର ବିଧାନ ମୁଁ ତୁମକୁ କିଛି ସମୟ ପରେ କହିବି । ଏବେ କଥାକୁ ଏହିଠାରେ ବିଶ୍ରାମ ଦେଉଛି । ଗରୁଡ଼ ,ଭାଗବାନ ଶ୍ରୀବିଷ୍ଣୁ ଙ୍କୁ ପ୍ରଣିପାତ କଲା ଓ ଆକାଶ ମାର୍ଗ ରେ ଉଡ଼ିଗଲା ।