ଆଜି ଚୈତ୍ର ମାସର ପ୍ରଥମ ମଙ୍ଗଳବାର: ମା’ ମଙ୍ଗଳାଙ୍କ ପୀଠରେ ବେଶ ଧୁମ୍ ଧାମରେ ଚାଲିଛି ଝାମୁଯାତ୍ରା

ପରମ୍ପରା ଅନୁଯାୟୀ କାକଟପୁର ….

ଆଜି ଚୈତ୍ର ମାସର ପ୍ରଥମ ମଙ୍ଗଳବାର । ପରମ୍ପରା ଅନୁଯାୟୀ କାକଟପୁର ବାସିନୀ ମା’ ମଙ୍ଗଳାଙ୍କ ପୀଠରେ ବେଶ ଧୁମ୍ ଧାମରେ ଚାଲିଛି ଝାମୁଯାତ୍ରା ତଥା ନେତ୍ର ଉତ୍ସବ । ଆଜିର ଦିନରେ ମା’ଙ୍କ ମନ୍ଦିରରେ ନୂତନ ନେତ ବନ୍ଧା ହେବାର ବିଧି ରହିଛି । ରାତି ୨ଟାରୁ ମନ୍ଦିର କବାଟ ଫିଟା ନୀତି ଆରମ୍ଭ ହୋଇ ମଙ୍ଗଳ ଆଳତି, ସ୍ନାନ ଓ ମଜଣା କରାଯାଇ ମା’ଙ୍କୁ ବେଶ କରାଯାଇଥିଲା । ବେଶ ପରେ ରାତି ୪ଟାରୁ ଭକ୍ତଙ୍କ ପାଇଁ ସାହଣ ମେଲା ଦର୍ଶନ ଆରମ୍ଭ ହୋଇଥିଲା । ବ୍ୟାରିକେଟ୍ ମଧ୍ୟରେ ଲମ୍ବା ଧାଡ଼ିରେ ହଜାର ହଜାର ଶ୍ରଦ୍ଧାଳୁ ମା’ଙ୍କୁ ରାଜରାଜେଶ୍ୱରୀ ବେଶରେ ଦର୍ଶନ କରୁଛନ୍ତି ।