ଆଇପିଏଲ ଦେଖିବାକୁ ୫୦% ଦର୍ଶକଙ୍କୁ ପ୍ରବେଶ ଅନୁମତି ମିଳିଲା

ମୁମ୍ବାଇ : ଆଇପିଏଲ ୨୦୨୨ରେ କ୍ରିକେଟପ୍ରେମୀଙ୍କ ଲାଗି ଏକ ବଡ ଖବର । ଆସନ୍ତା ଏପ୍ରିଲ ୬ରୁ ୫୦ ପ୍ରତିଶତ ଦର୍ଶକଙ୍କୁ ଷ୍ଟାଡିୟମରେ ବସି ଖେଳ ଦେଖିବାକୁ ଅନୁମତି ମିଳିବ । ଏହାର ସୂଚନା ଆଇପିଏଲର ଟିକେଟିଂ ପାର୍ଟନର ବୁକ୍‌ ମାଇଁ ଶୋ ଦେଇଛି । ସୂଚନାଯୋଗ୍ୟ ଯେ, ଆରମ୍ଭରୁ ମ୍ୟାଚ୍‌ ପାଇଁ ୨୫ ପ୍ରତିଶତ ଦର୍ଶକଙ୍କୁ ଷ୍ଟାଡିୟମରେ ପ୍ରବେଶ ଅନୁମତି ମିଳିଥିଲା । କିନ୍ତୁ ଏବେ ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ମିଳିଛି । ସୂଚନାଯୋଗ୍ୟ ଯେ, ଚଳିତ ଆଇପିଏଲ ମହାରାଷ୍ଟ୍ରର ଚାରୋଟି ଷ୍ଟାଡିୟମରେ ଖେଳାଯାଉଛି ।