ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ଜାତୀୟ କ୍ରୀଡ଼ା ପୁରସ୍କାର ୨୦୨୨ ଘୋଷଣା

ଶରଥ କମଲ ଅଚନ୍ତାଙ୍କୁ ପ୍ରଦାନ କରାଯିବ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର ୨୦୨୨

କ୍ରୀଡ଼ା  କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ୨୫ ଜଣ କ୍ରୀଡ଼ାବିତ୍‍ ପାଇବେ ଅର୍ଜୁନ ପୁରସ୍କାର

ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ଆଜି ଜାତୀୟ କ୍ରୀଡ଼ା ପୁରସ୍କାର ୨୦୨୨ ଘୋଷଣା କରିଛି । ପୁରସ୍କାର ପ୍ରାପ୍ତ ବ୍ୟକ୍ତିମାନେ ୩୦ ନଭେମ୍ବର, ୨୦୨୨ (ବୁଧବାର) ଦିନ ଅପରାହ୍ନ ୪ଟାରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭାରତର ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କରିବେ ।

କମିଟିର ସୁପାରିଶକୁ ଆଧାର କରି ଏବଂ ଯାଞ୍ଚ ପରେ ସରକାର ନିମ୍ନଲିଖିତ କ୍ରୀଡ଼ାବିତ, ପ୍ରଶିକ୍ଷକ ଏବଂ ସଂସ୍ଥା ମାନଙ୍କୁ ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି:

 

(୧)      ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର ୨୦୨୨

S. No. Name of the sportsperson Discipline
1. Shri Sharath Kamal Achanta Table Tennis

 

 

 

 

(୨)      କ୍ରୀଡା ଏବଂ ଖେଳ ୨୦୨୨ ରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଅର୍ଜୁନ ପୁରସ୍କାର

S. No. Name of the sportsperson Discipline
1. Ms Seema Punia Athletics
2. Shri Eldhose Paul Athletics
3. Shri Avinash Mukund Sable Athletics
4. Shri Lakshya Sen Badminton
5. Shri Prannoy HS Badminton
6. Shri Amit Boxing
7. Ms Nikhat Zareen Boxing
8. Ms Bhakti Pradip Kulkarni Chess
9. Shri R Praggnanandhaa Chess
10. Ms Deep Grace Ekka Hockey
11. Ms Shushila Devi Judo
12. Ms Sakshi Kumari Kabaddi
13. Ms Nayan Moni Saikia Lawn Bowl
14. Shri Sagar Kailas Ovhalkar Mallakhamb
15. Ms ElavenilValarivan Shooting
16. Shri Omprakash Mitharval Shooting
17. Ms Sreeja Akula Table Tennis
18. Shri Vikas Thakur Weightlifting
19. Ms Anshu Wrestling
20. Ms Sarita Wrestling
21. Shri Parveen Wushu
22. Ms Manasi Girishchandra Joshi Para Badminton
23. Shri Tarun Dhillon Para Badminton
24. Shri Swapnil Sanjay Patil Para Swimming
25. Ms Jerlin Anika J Deaf Badminton

 

(୩) କ୍ରୀଡା ଏବଂ ଖେଳ ୨୦୨୨ ରେ ଉଲ୍ଲେଖନୀୟ ପ୍ରଶିକ୍ଷକମାନଙ୍କ ପାଇଁ ଦ୍ରୋଣାଚାର୍ଯ୍ୟ ପୁରସ୍କାର

କ. ନିୟମିତ ବର୍ଗ:

S. No. Name of the Coach (S/Shri/Ms) Discipline
1. Shri Jiwanjot Singh Teja Archery
2. Shri Mohammad Ali Qamar Boxing
3. Ms Suma Siddharth Shirur Para Shooting
4. Shri Sujeet Maan Wrestling

 

 

ଖ. ଆଜୀବନ ବର୍ଗ:

S.No. Name of the Coach (S/Shri/Ms) Discipline
1. Shri Dinesh Jawahar Lad Cricket
2. Shri Bimal Prafulla Ghosh Football
3. Shri Raj Singh Wrestling

 

(୪) କ୍ରୀଡା ଏବଂ ଖେଳ ୨୦୨୨ ରେ ଆଜୀବନ ସଫଳତା ପାଇଁ ଧାନ ଚାନ୍ଦ ପୁରସ୍କାର

S. No. Name of the sportsperson Discipline
1. Ms Ashwini Akkunji C. Athletics
2. Shri Dharamvir Singh Hockey
3. Shri B.C Suresh Kabaddi
4. Shri Nir Bahadur Gurung Para Athletics

 

(୫) ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ୨୦୨୨

S. No. Category Entity recommended for RashtriyaKhel Protsahan Puruskar, 2022
1. Identification and Nurturing of Budding and Young Talent TransStadia Enterprises Private Limited

 

2. Encouragement to sports through Corporate Social Responsibility Kalinga Institute of Industrial Technology
3. Sports for Development

 

Ladakh Ski & Snowboard Association

 

(୬) ମୌଲାନା ଅବୁଲ କଲାମ ଆଜାଦ (ଏମଏକେଏ) ଟ୍ରଫି ୨୦୨୨:

ଗୁରୁ ନାନକ ଦେବ ବିଶ୍ୱବିଦ୍ୟାଳୟ, ଅମୃତସର

କ୍ରୀଡ଼ା କ୍ଷେତ୍ରରେ ମାନ୍ୟତା ଏବଂ ପୁରସ୍କାର ଦେବା ପାଇଁ ପ୍ରତିବର୍ଷ ଜାତୀୟ କ୍ରୀଡ଼ା ପୁରସ୍କାର ଦିଆଯାଏ ।

ପୂର୍ବ ଚାରି ବର୍ଷ ମଧ୍ୟରେ ଜଣେ କ୍ରୀଡ଼ାବିତଙ୍କ ଦ୍ୱାରା କ୍ରୀଡା କ୍ଷେତ୍ରରେ ଚମତ୍କାର ତଥା ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ “ମେଜର ଧ୍ୟାନ ଚାନ୍ଦ ଖେଳ ରତ୍ନ ପୁରସ୍କାର” ପ୍ରଦାନ କରାଯାଉଛି ।

“କ୍ରୀଡା ଏବଂ ଖେଳର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଅର୍ଜୁନ ପୁରସ୍କାର” ପୂର୍ବ ଚାରି ବର୍ଷ ମଧ୍ୟରେ ଗୁଣାତ୍ମକ ନେତୃତ୍ୱ, କ୍ରୀଡ଼ାମନୋଭାବ ଏବଂ ଅନୁଶାସନର ଭାବନା ପାଇଁ ଦିଆଯାଉଛି ।

‘କ୍ରୀଡ଼ା ଏବଂ ଖେଳର ଉଲ୍ଲେଖନୀୟ ପ୍ରଶିକ୍ଷକମାନଙ୍କ ପାଇଁ ଦ୍ରୋଣାଚାର୍ଯ୍ୟ ପୁରସ୍କାର’ ଏକ ନିରନ୍ତର ଭିତ୍ତିରେ ଉଲ୍ଲେଖନୀୟ ଏବଂ ଗୁଣାତ୍ମକ କାର୍ଯ୍ୟ ପାଇଁ ଏବଂ କ୍ରୀଡ଼ାପ୍ରେମୀମାନଙ୍କୁ ଅନ୍ତର୍ଜାତୀୟ ଇଭେଣ୍ଟରେ ଉନ୍ନତି ଆଣିବା ପାଇଁ ପ୍ରଶିକ୍ଷକମାନଙ୍କୁ ଦିଆଯାଉଛି ।

କ୍ରୀଡ଼ା ଏବଂ ଖେଳରେ ଆଜୀବନ ସଫଳତା ପାଇଁ ଧ୍ୟାନ ଚାନ୍ଦ ପୁରସ୍କାର ପ୍ରଦାନ କରାଯାଇଥାଏ । ଯେଉଁମାନେ ସେମାନଙ୍କ ପ୍ରଦର୍ଶନ ଦ୍ୱାରା କ୍ରୀଡ଼ାରେ ଅବଦାନ ରଖିଛନ୍ତି ଏବଂ ଅବସର ପରେ କ୍ରୀଡାକୁ ପ୍ରୋତ୍ସାହିତ କରିବାରେ ସହଯୋଗ କରୁଛନ୍ତି ।

ରାଜ୍ୟ ତଥା ଜାତୀୟ ସ୍ତରର କ୍ରୀଡା ସଂସ୍ଥା ସମେତ କର୍ପୋରେଟ୍ ସଂସ୍ଥା (ଉଭୟ ବେସରକାରୀ ତଥା ସରକାରୀ କ୍ଷେତ୍ରରେ), କ୍ରୀଡ଼ା ନିୟନ୍ତ୍ରଣ ବୋର୍ଡ, ଏନଜିଓ ମାନଙ୍କୁ ‘ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର’ ପ୍ରଦାନ କରାଯାଇଥାଏ ।

ଆନ୍ତଃ – ବିଶ୍ୱବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତାରେ ସାମଗ୍ରିକ ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ବିଶ୍ୱବିଦ୍ୟାଳୟକୁ ମୌଲାନା ଅବୁଲ କଲାମ ଆଜାଦ (ଏମଏକେଏ) ଟ୍ରଫି ପ୍ରଦାନ କରାଯାଇଛି ।

ଏହି ବର୍ଷ, ପ୍ରଥମ ଥର ପାଇଁ, ଆବେଦନଗୁଡିକ କେବଳ ଅନଲାଇନରେ ଆମନ୍ତ୍ରଣ କରାଯାଇଥିଲା ଏବଂ ଏକ ଉତ୍ସର୍ଗୀକୃତ ପୋର୍ଟାଲ୍ ମାଧ୍ୟମରେ କ୍ରୀଡ଼ାପ୍ରେମୀ / କୋଚ୍ / ସଂସ୍ଥାଗୁଡ଼ିକୁ ନିଜେ ଆବେଦନ କରିବାକୁ ଅନୁମତି ଦିଆଯାଇଥିଲା । ଏହି ପୁରସ୍କାର ପାଇଁ ବହୁ ସଂଖ୍ୟକ ନାମାଙ୍କନ ଗ୍ରହଣ କରାଯାଇଥିଲା, ଯାହାକୁ ସୁପ୍ରିମ୍‍କୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଏ ଏମ୍  ଖାନୱିଲକରଙ୍କ ନେତୃତ୍ୱରେ ଥିବା ଚୟନ କମିଟି ଯେଉଁଥିରେ ବିଶିଷ୍ଟ କ୍ରୀଡ଼ାବିତ, କ୍ରୀଡ଼ା ସାମ୍ବାଦିକ ଏବଂ କ୍ରୀଡ଼ା ପ୍ରଶାସନ ଅଭିଜ୍ଞତା ଥିବା ବ୍ୟକ୍ତି ଥିଲେ ସେହି କମିଟି ବିବେଚନା କରିଥିଲା ।

ସମ୍ପର୍କିତ ଲିଙ୍କ୍‍

https://pib.gov.in/PressReleaseIframePage.aspx?PRID=1854853