ଇତିହାସ ରଚିଲେ ଚହଲ

ଚଳିତ ଆଇପିଏଲରେ ଚହଲ ବଡ଼ ବଡ ବ୍ୟାଟ୍ସମ୍ୟାନଙ୍କୁ ନିଜ ଜାଲରେ ପକାଇଥିଲେ…

ମୁମ୍ବାଇ : ଆଇପିଏଲ ୨୦୨୨ର ଫାଇନାଲ ରାଜସ୍ଥାନ ରୟାଲ୍ସର ଉଭୟ ବ୍ୟାଟ୍ସମ୍ୟାନ ଏବଂ ବୋଲରମାନେ ଏହି ମ୍ୟାଚରେ ବିଫଳ ହୋଇଥିଲେ । ଯଦିଓ ଦଳ ଚଳିତ ସିଜନରେ ଆଇପିଏଲ ଟାଇଟଲ ଜିତି ନ ଥିଲା, ଅନେକ ଖେଳାଳି ନିଜ ପ୍ରଦର୍ଶନ ସହିତ ପ୍ରଶଂସକଙ୍କ ହୃଦୟ ଜିତିବାରେ ସଫଳ ହୋଇଥିଲେ । ରାଜସ୍ଥାନର ବୋଲର ୟୁଜବେନ୍ଦ୍ର ଚହଲ ଏକ ବଡ଼ ଆଇପିଏଲ ରେକର୍ଡ ଭାଙ୍ଗି ଇତିହାସ ସୃଷ୍ଟି କରିଥିଲେ । ଚଳିତ ଆଇପିଏଲରେ ଚହଲ ବଡ଼ ବଡ ବ୍ୟାଟ୍ସମ୍ୟାନଙ୍କୁ ନିଜ ଜାଲରେ ପକାଇଥିଲେ । ଏହି ସିଜିନରେ ୨୭ଟି ଉଇକେଟ ନେଇଥିଲେ ।

ଫାଇନାଲ ମ୍ୟାଚରେ ସେ ଗୋଟିଏ ଉଇକେଟ ପାଇବା ମାତ୍ରେ ସେ ଆଇପିଏଲର ଗୋଟିଏ ସିଜନରେ ସର୍ବାଧିକ ଉଇକେଟ ନେଇଥିବା ସ୍ପିନର ହୋଇଥିଲେ । ଆଇପିଏଲ ଇତିହାସରେ ଗୋଟିଏ ସିଜନରେ ଜଣେ ସ୍ପିନର ଏତେ ଉଇକେଟ ନେଇ ନ ଥିଲେ । ଆଇପିଏଲରେ ଏହି ସିଜିନ୍‌ ପୂର୍ବରୁ କେବଳ ୨ଟି ସ୍ପିନର ପର୍ପଲ କ୍ୟାପ ଜିତିଥିଲେ । ଚହଲ ଆଇପିଏଲରେ ଏଭଳି ସଫଳତା ହାସଲ କରିବା ପାଇଁ ତୃତୀୟ ସ୍ପିନର ହୋଇଥିଲେ ।