ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଲେ ଚେତନ ଶର୍ମା

ମୁମ୍ବଇ : ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ପଦରୁ ଚେତନ ଶର୍ମା ଇସ୍ତଫା ଦେଇ​ଛନ୍ତି । ବିସିସିଆଇ ସଂପାଦକ ଜୟ ଶାହାଙ୍କ ପାଖକୁ ସେ ନିଜର  ଇସ୍ତଫା ପତ୍ର ପଠାଇଛନ୍ତି । ଏକ ବିବାଦୀୟ ମନ୍ତବ୍ୟକୁ ନେଇ ସେ ଚର୍ଚ୍ଚାରେ ଥିଲେ। ଜୟ ଶାହା ମଧ୍ୟ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିଥିବା ଜଣାପଡିଛି ।