ଟିମ୍‌ ଇଣ୍ଡିଆର ଗୁରୁଦାୟିତ୍ୱ ନେବେ ଧୋନୀ

ଧୋନୀଙ୍କ ଲେଉଟାଣି ଜରୁରୀ..

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍‌ରେ ଭାରତକୁ ଜିତାଇଥିବା ଦକ୍ଷ ଖେଳୁଆଡ଼ ମହେନ୍ଦ୍ର ସିଂହ ଧୋନୀଙ୍କୁ ପୁଣି ଟିମ୍‌ ଇଣ୍ଡିଆରେ ସାମିଲ କରିବାର କଥା ଜୋର ଧରିଛି । ଟି-୨୦ ଟିମ୍‌କୁ ଆହୁରି ଆକ୍ରମଣାତ୍ମକ ମୋଡ଼ରେ ଗଠନ କରିବା ପାଇଁ ଧୋନୀଙ୍କ ଲେଉଟାଣି ଜରୁରୀ ବୋଲି ବିସିସିଆଇର କିଛି ବରିଷ୍ଠ ଅଧିକାରୀ ବିଚାର କରୁଛନ୍ତି । ଧୋନୀଙ୍କୁ କେଉଁ ଦାୟିତ୍ୱରେ ରଖିବା ଉଚିତ ହେବ, ସେ ସଂପର୍କରେ ଖୁବ ଶୀଘ୍ର ନିଷ୍ପତି ନେବ ବିସିସିଆଇ ।

ଧୋନୀଙ୍କୁ କୋଚ୍‌ କିମ୍ବା ନିର୍ଦ୍ଦେଶକ ପଦବୀରେ ଅବସ୍ଥାପିତ କରାଯିବାର ସମ୍ଭାବନା ରହିଛି । ୧୯୮୩ରେ କପିଳଦେବଙ୍କ ଟିମ୍‌ ପ୍ରଥମ ଥର ପାଇଁ ବିଶ୍ୱକପ୍‌ ଜିତିଥିଲା । ତା’ ପରେ ୨୦୧୧ରେ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ବିଶ୍ୱକପ୍‌ ଜିତିଲା । ଧୋନୀଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ସୀମିତ ଓଭର ବିଶିଷ୍ଟ ଟି-୨୦ ବିଶ୍ୱକପ୍‌ ଜିତିଥିଲା । ୨୦୨୦ ଅଗଷ୍ଟ ୧୫ ତାରିଖରେ ଧୋନୀ ଦିନିକିଆ ଓ ଟି-୨୦ ଦୁନିଆରୁ ସନ୍ନ୍ୟାସ ନେଇଥିଲେ । ୨୦୧୪ ଡିସେମ୍ବର ୩୦ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ଟେଷ୍ଟ ଖେଳି ସାରିବା ପରେ ଧୋନୀ ସନ୍ନ୍ୟାସ ଘୋଷଣା କରିଥିଲେ ।