ପ୍ୟାରିସ୍ ଅଲିମ୍ପିକରେ ହାଇଭୋଲଟେଜ ଲଢେଇ

ହକି ସେମିଫାଇନାଲରେ ହେବ ଭାରତ ବନାମ ବିଶ୍ୱ ବିଜେତା ଲଢେଇ । ୱାର୍ଲ୍ଡ ଚାମ୍ପିଅନ ଜର୍ମାନୀ ସହ ଖେଳିବ ଭାରତ । ଭାରତୀୟ ହକି ଦଳ ଏବେ ଅଲିମ୍ପିକ୍ ପଦକର‌ ଗୌରବଠାରୁ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ପ୍ୟାରିସ୍‌ରୁ ହିଁ ଚଳିତ ଶତାବ୍ଦୀର ପ୍ରଥମ ସ୍ବର୍ଣ୍ଣ ଜିତିବା ଲାଗି ସୁବର୍ଣ୍ଣ ସୁଯୋଗ ଆସିଛି। ସେମିଫାଇନାଲ୍ ଜିତିପାରିଲେ ଭାରତ ଅନ୍ୟୂନ ରୌପ୍ୟ ପଦକ ଜିତିବା ନିଶ୍ଚିତ ହୋଇଯିବ। ଶେଷ ଥର ପାଇଁ ଭାରତ ୧୯୬୦ ରୋମ୍ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲା।

ଗ୍ରେଟ୍ ବ୍ରିଟେନକୁ ୪-୨ରେ ହରାଇ ସେମିଫାଇନାଲରେ ପହଞ୍ଚିଛି ଭାରତ । ଭାରତ ପକ୍ଷରୁ ମ୍ୟାଚର ୨୨ତମ ମିନିଟରେ କ୍ୟାପଟେନ ହରମନପ୍ରିତ ସିଂ ପ୍ରଥମ ଗୋଲ୍ କରି ଟିମକୁ ଆଗୁଆ କରିଥିଲେ । ମାତ୍ର ଏହାର କିଛି ମିନିଟ୍ ପରେ ଗ୍ରେଟ ବ୍ରିଟେନର ଲି ମର୍ଟନ ଗୋଲ୍ କରିବା ପରେ ସ୍କୋର ବରାବର ହୋଇଥିଲା । ଚତୁର୍ଥ କ୍ୱାର୍ଟର ଶେଷ ହେବାବେଳକୁ ଉଭୟ ଟିମର ସ୍କୋର ୧-୧ରେ ବରାବର ରହିବାରୁ ସୁଟଆଉଟରେ ମ୍ୟାଚର ଫଳାଫଳ ନିର୍ଣ୍ଣୟ ସ୍ଥିର ହୋଇଥିଲା । ଯେଉଁଥିରେ ୪-୨ରେ ବିଜୟୀ ହେବା ସହ ସେମିଫାଇନାଲ ଟିକେଟ୍ ହାତେଇଛି ଟିମ ଇଣ୍ଡିଆ ।

ସେପଟେ ସେମିଫାଇନାଲ ପୂର୍ବରୁ ଟିମ୍ ଇଣ୍ଡିଆକୁ ଏକ ଝଟକା ଲାଗିଛି । ଅମିତ ରୋହିଦାସଙ୍କୁ ଏହି ମ୍ୟାଚରୁ ବ୍ୟାନ କରାଯାଇଛି । ଟେନ ବିପକ୍ଷ ମ୍ୟାଚରେ ରେଡ୍ କାର୍ଡ ପାଇଥିବାରୁ ଅମିତ ରୋହିଦାସଙ୍କୁ ଆସନ୍ତା ମ୍ୟାଚରୁ ବ୍ୟାନ କରାଯାଇଛି । ଭାରତୀୟ ହିକ ଟିମର ଡିଫେଣ୍ଡର ଆସନ୍ତା ମ୍ୟାଚରୁ ବାଦ ପଡ଼ିବା ଟିମ ପାଇଁ ଅସୁବିଧା ହୋଇପାରେ । ତେବେ ଏହି ନିଷ୍ପତ୍ତି ବିରୋଧରେ ହକି ଇଣ୍ଡିଆ ଆବେଦନ କରିଛି । ୠଓଐରେ ଏହି ବ୍ୟାନ ବିରୋଧରେ ଆବେଦନ କରାଯାଇଛି । ଅମିତ ରୋହିଦାସଙ୍କୁ ଯେଉଁ ଭଳି ଭାବେ ରେଡ୍ କାର୍ଡ ଦିଆଗଲା ସେ ନେଇ ଆପତ୍ତି ଉଠାଇଛି ହକି ଇଣ୍ଡିଆ। ଅଭିଯୋଗରେ ୩ଟି କଥା ଉଠାଇଛି ହକି ଇଣ୍ଡିଆ। ମ୍ୟାଚରେ ଅମ୍ପାୟରିଂ ଏବଂ ନିଷ୍ପତ୍ତିର ଗୁଣବତ୍ତାକୁ ନେଇ ଚିନ୍ତା ବ୍ୟକ୍ତ କରିଛି ହକି ଇଣ୍ଡିଆ। ଭିଡ଼ିଓ ଅମ୍ପାୟାର ଅନିରନ୍ତର ଭାବେ ରିଭ୍ୟୁ ନେଇଛନ୍ତି। ବିଶେଷ କରି ଜଣେ ଭାରତୀୟ ଖେଳାଳିଙ୍କୁ ଯେଭଳି ଭାବେ ରେଡ୍ କାର୍ଡ ଦିଆଗଲା ତାହା ଦ୍ବାରା ଭିଡିଓ ରିଭ୍ୟୁ ସିଷ୍ଟମ ଉପରେ ବିଶ୍ବାସ ହ୍ରାସ ପାଇଛି ବୋଲି ହକି ଇଣ୍ଡିଆ ପକ୍ଷରୁ କୁହାଯାଇଛି।