ମୁଁ ବିରାଟଙ୍କ ନେତୃତ୍ୱରେ ଖେଳିଥିଲେ ଆମେ ବିଶ୍ୱକପ ଜିତିଥାନ୍ତୁ: ଶ୍ରୀସନ୍ତ

୨୦୧୩ରେ ଚାମ୍ପିଅନ୍ସ ଟ୍ରଫି ଜିତିବା ପରଠୁ ଭାରତ ଅନ୍ୟ କୌଣସି ଆଇସିସି…

ନୂଆଦିଲ୍ଲୀ : ୨୦୧୩ରେ ଚାମ୍ପିଅନ୍ସ ଟ୍ରଫି ଜିତିବା ପରଠୁ ଭାରତ ଅନ୍ୟ କୌଣସି ଆଇସିସି ଇଭେଣ୍ଟରେ ଚାମ୍ପିଅନ ହୋଇନାହିଁ । ୨୦୧୪ରୁ ଭାରତୀୟ ଦଳରେ ବିରାଟ କୋହଲିଙ୍କ ଯୁଗ ଆରମ୍ଭ ହୋଇଥିଲା । କିନ୍ତୁ ଦଳ ହାତରେ ଆଇସିସି ଟ୍ରଫି ଲାଗିନଥିଲା । ଏବେ ଭାରତୀୟ ଦଳର ପୂର୍ବତନ କ୍ରିକେଟର ଏସ ଶ୍ରୀସନ୍ଥ ଭାରତର ଆଇସିସି ଟ୍ରଫି ବିଜୟକୁ ନେଇ ବଡ ପ୍ରତିକ୍ରିୟା ରଖିଛନ୍ତି । ଯଦି ସେ କୋହଲିଙ୍କ ନେତୃତ୍ୱରେ ଖେଳୁଥାନ୍ତେ ତେବେ ସେମାନେ ବିଶ୍ୱକପ ଜିତିଥାନ୍ତେ ବୋଲି ଶ୍ରୀସନ୍ଥ କହିଛନ୍ତି । ବିରାଟଙ୍କ ନେତୃତ୍ୱରେ ଭାରତ ୨୦୧୭ ଚାମ୍ପିଅନ୍ସ ଟ୍ରଫି, ୨୦୧୯ ଓ ୨୦୨୧ ଟି-୨୦ ବିଶ୍ୱକପ ଖେଳିଥିଲା । କିନ୍ତୁ କେଉଁଥିରେ ମଧ୍ୟ ଦଳ ଚାମ୍ପିଅନ ହୋଇପାରି ନଥିଲା । ଶ୍ରୀସନ୍ଥ ଆହୁରି କହିଛନ୍ତି ଯେ ଟେନିସ ବଲରେ ତାଙ୍କ କୋଚ ୟର୍କର ପକାଇବା ଶିଖାଇଥିଲେ । ଏଥିରୁ ଅନେକ ଫାଇଦା ହୋଇଥିଲା ।

ତେଣୁ ୟର୍କର ପକାଇବାରେ ତାଙ୍କୁ ସମସ୍ୟା ହୋଇନଥିଲା । ଜସପ୍ରିତ ବୁମରାହ ମଧ୍ୟ ସମାନ କଥା କହିବେ । ୨୦୧୧ ବିଶ୍ୱକପ ସେମାନେ ସଚିନ ତେନ୍ଦୁଲକରଙ୍କ ପାଇଁ ଜିତିଥିଲେ । ସେତେବେଳେ ଶ୍ରୀସନ୍ଥ ଦଳର ସଦସ୍ୟ ଥିଲେ । ୨୦୦୭ ଟି୨୦ ବିଶ୍ୱକପ ବିଜୟୀ ଟିମର ମଧ୍ୟ ସେ ସଦସ୍ୟ ଥିଲେ । ସେ ଫାଇନାଲ ମୁକାବିଲାରେ ମିସବାହ ଉଲହକଙ୍କ କ୍ୟାଚ୍‌? ଧରିଥିଲେ । ଶ୍ରୀସନ୍ଥ ଭାରତ ପାଇଁ ୨୯ଟି ଟେଷ୍ଟ, ୫୩ ଦିନିକିଆ ଓ ୧୦ ଟି୨୦ ଖେଳିଛନ୍ତି । ତାଙ୍କ ନାମରେ ମୋଟ ୮୭ଟି ୱିକେଟ ରହିଛି । ସେ ଚଳିତ ବର୍ଷ ମାର୍ଚ୍ଚରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ ।