ଭାରତ-ଅଷ୍ଟ୍ରେଲିଆ ୨ୟ ଦିନିକିଆ ମ୍ୟାଚ୍‌

ଏହାକୁ ଜିତି ଶୃଙ୍ଖଳା ଜିତିବା ଲକ୍ଷ୍ୟରେ ଭାରତ ରହିଛି…

ବିଶାଖାପାଟଣା: ପ୍ରଥମ ଦିନିକିଆ ମ୍ୟାଚ୍‌ରେ ୱାଙ୍ଖେଡ଼େ ଷ୍ଟାଡିୟମ୍‌ ପିଚ୍‌ରୁ ପେସ୍‌ ବୋଲର ବେଶ୍‌ ସହାୟତା ପାଇଥିଲେ। ଫଳରେ ମ୍ୟାଚ୍‌ରେ କମ୍‌ ସ୍କୋର୍‌ ହୋଇଥିଲେ ହେଁ ଏହା ସଂଘର୍ଷପୂର୍ଣ୍ଣ ହୋଇ ପାରିଥିଲା। ଭାରତ ଉକ୍ତ ମ୍ୟାଚ୍‌କୁ ଜିତି ୩ ମ୍ୟାଚ୍‌ର ଶୃଙ୍ଖଳାରେ ୧-୦ରେ ଆଗୁଆ ରହିଛି। ରବିବାର ଏଠାରେ ୨ୟ ଦିନିକିଆ ମ୍ୟାଚ୍‌ ଖେଳାଯିବ। ଏହାକୁ ଜିତି ଶୃଙ୍ଖଳା ଜିତିବା ଲକ୍ଷ୍ୟରେ ଭାରତ ରହିଛି।