ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ ସିରିଜ୍

ଏହି ଦିନିକିଆ ମ୍ୟାଚ୍ ଅତି ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି…

ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୱାନଡେ ସିରିଜ୍ ଆଜି ଅନୁଷ୍ଠିତ ହୋଉଛି । ଏହା ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଏହା ଆରମ୍ଭ ହେବାକୁ ଯାଉଛି । ତେବେ କ୍ୟାପଟେନ ରୋହିତ ଶର୍ମାଙ୍କ ନେତୃତ୍ୱରେ ନିଜର ପଦର୍ଶନ ଦେଖାଇବ ଟିମ୍ ଇଣ୍ଡିଆ । ଯାହାକୁ ନ ଭାରତୀୟ ଦଳ ତାର ସମସ୍ତ ପ୍ରସ୍ତୁତି ଶେଷ କରିଛି ।

ଏହା ପୂର୍ବରୁ ହୋଇଥିବା ଦିନିକିଆ ମ୍ୟାଚରେ ଭାରତ – ଶ୍ରୀଲଙ୍କାକୁ ହରାଇବାପରେ ଆଜି ଏହି ସିରିଜରେ ପ୍ରବେଶ କରୁଛି । ସବୁପରେ ମଧ୍ୟ ହିଟମ୍ୟାନଙ୍କ ଦଳ କିଭିସ୍ଙଙ୍କୁ ହାଲୁକା ଭାବେ ନେବାର ଭୁଲ କରିବ ନାହିଁ । ତେବେ ଏହି ଦିନିକିଆ ମ୍ୟାଚ୍ ଅତି ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ଭାରତ ଏବଂ ନ୍ୟୁଜଲାଣ୍ଡ ମଧ୍ୟରେ ହେବାକୁ ଥିବା ଏହି ଦିନିକିଆ ମ୍ୟାଚ୍ ଆଜି ଦିନ ୧.୩୦ରେ ଅନୁଷ୍ଠିତ ହେବ । ତେବେଆହତ କାରଣରୁ ଶ୍ରେୟସ୍ ଆୟରଙ୍କୁ ସମଗ୍ର ୱାନଡେ ସିରିଜରୁ ବାଦ୍ ଦିଆଯାଇଛି। ଏନେଇ ମ୍ୟାଚ୍‌ର ଗୋଟିଏ ଦିନ ପୂର୍ବରୁ ରୋହିତ ଶର୍ମା ଏ ବିଷୟରେ ସୂଚନା ଦେଇଥିଲେ । ତେବେ ଶ୍ରେୟସ୍ ସ୍ଥାନରେ ଭାରତୀୟ ଦଳ ପରିଚାଳନା ଦ୍ୱାରା ଇଶାନ କିଶନଙ୍କୁ ଏକ ସୁଯୋଗ ଦିଆଯିବ।