ସୌନ୍ଦଯ୍ୟ ବୃଦ୍ଧି ପାଇଁ ଆପଣାନ୍ତୁ ଏହି ଟିପ୍ସ

ଏସବୁ ସମସ୍ୟାରୁ ବର୍ତ୍ତିବା ପାଇଁ ଏକ ବିଶେଷ ଘରୋଇ ଉପଚାର ରହିଛି….

ସୁନ୍ଦର ଚେହେରା ପାଇବାକୁ ସମସ୍ତଙ୍କର ଆଶା ଥାଏ। ତ୍ବଚାର ସୌନ୍ଦଯ୍ୟ ବୃଦ୍ଧି ପାଇଁ ଲୋକେ ବଜାରରେ ମିଳୁଥିବା ଅନେକ ପ୍ରସାଧନ ସାମଗ୍ରୀର ବ୍ୟବହାର କରି ଥାଆନ୍ତି। ହେଲେ ଏହାର ପାର୍ଶ୍ବ ପ୍ରତିକ୍ରିୟା ଭୟ ମଧ୍ୟ ରହିଛି। ଏବେ ପୁଣି ଗ୍ରୀଷ୍ମ ଋତୁ। ଏହିଦିନେ ତ୍ବଚା ସମସ୍ୟା ଅଧିକ ଦେଖାଦିଏ।

ଅତ୍ୟଧିକ ଖରା ଯୋଗୁଁ ତ୍ବଚାର ଚମକ କ୍ଷୟ ହେବା ସହ ତ୍ବଚା କଳା ମଧ୍ୟ ପଡ଼ିଯାଏ। ଏସବୁ ସମସ୍ୟାରୁ ବର୍ତ୍ତିବା ପାଇଁ ଏକ ବିଶେଷ ଘରୋଇ ଉପଚାର ରହିଛି। ଏହାକୁ ଆପଣାଇବା ଦ୍ବାରା ମାତ୍ର କିଛି ଦିନରେ ହିଁ ଆପଣ ସମସ୍ତ ତ୍ବଚା ସମସ୍ୟାରୁ ମୁକ୍ତି ପାଇବା ସହିତ ଏକ ଗୋରା ଓ ଚମକପ୍ରଦ ତ୍ବଚା ପାଇ ପାରିବେ।

ତେବେ ଏହି ଘରୋଇ ଉପଚାର ପାଇଁ କେବଳ ୩ଟି ଜିନିଷ ହଳଦୀ, ବେସନ ଏବଂ ଘିକୁଆଁରୀ ରସର ଆବଶ୍ୟକତା ରହିଛି। ଗୋଟିଏ ଗିନାରେ ଏକ ଚାମଚ ହଳଦୀ,ଏକ ଚାମଚ ବେସନ ଓ ଏକ ଚାମଚ ଘିକୁଆଁରୀ ରସ ବା ଏଲୋଭେରା ଜେଲକୁ ନେଇ ଭଲଭାବେ ମିଶାନ୍ତୁ।

ଏବେ ଏହି ମିଶ୍ରଣକୁ ତ୍ବଚାରେ ଭଲ ଭାବେ ଲଗାନ୍ତୁ। ଏହାପରେ ଏହାକୁ ଶୁଖିବାକୁ କିଛି ସମୟ ଛାଡ଼ି ଦିଅନ୍ତୁ। ଶୁଖିଯିବା ପରେ ଏହାକୁ ପରିଷ୍କାର ପାଣିରେ ସଫା କରିଦିଅନ୍ତୁ। ସପ୍ତାହକୁ ଦୁଇଥର ଏହାର ବ୍ୟବହାର କରିବା ଦ୍ବାରା ତ୍ବଚାରେ ଅଦ୍ଭୁତ ଚମକ ପରିଲକ୍ଷିତ ହୋଇଥାଏ।