ଭାରତ ଓ ବାଂଲାଦେଶ ଦ୍ବିତୀୟ ଦିନିକିଆ ମ୍ୟାଚ୍: ଟସ୍‌ ଜିଣି ବ୍ୟାଟିଙ୍ଗ୍‌ କରୁଛି ବାଂଲାଦେଶ

ଢାକା: ଆଜି ବାଂଲାଦେଶର ମିରପୁରସ୍ଥିତ ‘ଶେର୍‌-ଏ-ବାଂଲା ନ୍ୟାସ୍‌ନାଲ୍‌ କ୍ରିକେଟ୍‌ ଷ୍ଟାଡିୟମ୍‌’ ଭାରତ ଓ ବାଂଲାଦେଶ ମଧ୍ୟରେ ଚାଲିଥିବା ଦ୍ବିତୀୟ ଏକଦିବସୀୟ ଆନ୍ତର୍ଜାତିକ କ୍ରିକେଟ୍‌ ମ୍ୟାଚ୍‌ରେ ନିମନ୍ତେ ଟସ୍‌ ଜିଣିବା ପରେ ବାଂଲାଦେଶ ବ୍ୟାଟିଙ୍ଗ୍‌ କରୁଛି।  ୧୩.୧ ଓଭର୍‌‌ ଖେଳି ୩ ୱିକେଟ୍‌ ବିନିମୟରେ ବାଂଲାଦେଶ ୫୨ ରନ୍‌ ସଂଗ୍ରହ କରିଛି। ଭାରତ ପକ୍ଷରୁ ଡାହଣହାତୀ ବୋଲର୍‌ ଦୀପକ ଚହର୍‌ ପ୍ରଥମେ ବାଂଲାଦେଶୀ ଓପେନର୍‌ ଅନାମୁଲ୍ ହକ୍‌ଙ୍କୁ ବୋଲି କରିଥିଲେ। ପରେ ପରେ ଦେଢ଼ ଓଭର୍‌ରେ ବାଂଲାଦେଶ ୧୧ ରନ୍‌ କରିଥିବା ବ‌େଳେ ଅନାମୁଲ୍‌ ସିରାଜଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ।

ସେହିପରି, ୯.୧ ଓଭର୍‌ ଖେଳି ବାଂଲାଦେଶ ୪୦ ରନ୍‌ କରିଥିବା ବେଳେ ଅଧିନାୟକ ଲିଟନ୍‌ ଦାସ ମଧ୍ୟ ସିରାଜଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ। ଏହାପରେ ଉମ୍ରାନ୍‌ ମଲିକ୍‌ଙ୍କ ବଲ୍‌ରେ ଶ‌ାନ୍ତୋ ଆଉଟ୍‌ ହୋଇଯାଇଛନ୍ତି।  ଏହି ପିଚ୍‌ରେ ଦ୍ବିତୀୟ ଇନିଙ୍ଗ୍‌ସ୍‌ରେ ବ୍ୟାଟିଙ୍ଗ୍‌ କରିବା ଲାଗି ସହଜ ମନେ ନ କରିବାରୁ ପ୍ରଥମେ ବ୍ୟାଟିଙ୍ଗ୍‌ କରିବା ଲାଗି ବାଂଲାଦଶେର ଅଧିନାୟକ ଲିଟନ୍‌ କୁମାର ଦାସ ନିଷ୍ପତ୍ତି ନେଇଥିଲେ।