ରୋମାଞ୍ଚକର ମ୍ୟାଚରେ ଭାରତ ୪ ଓ୍ବିକେଟରେ ବିଜୟୀ

ଆଜିର ମ୍ୟାଚ୍‌ରେ ୮୨ ରନ୍ କରି ବିରାଟ ଟି-୨୦ ବିଶ୍ୱକପ ଇତିହାସରେ ସର୍ବାଧିକ ରନ୍….

ମେଲବର୍ଣ୍ଣ : ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନ ସହିତ ଆଜିର ମ୍ୟାଚ୍ ବିରାଟ କୋହଲିଙ୍କ ପାଇଁ ସବୁଠାରୁ ଖାସ୍ ଥିଲା। କାରଣ ସେ କେବଳ ଭାରତକୁ ଯେ ମ୍ୟାଚ୍ ଜିତାଇଲେ ତାହା ନୁହେଁ, ବରଂ ଉଭୟ ଟିମ୍ ପାଇଁ ନିଜ ପାଇଁ ରେକର୍ଡ ବି ଆଣିଦେଲେ। ଆଜିର ମ୍ୟାଚ୍‌ରେ ୮୨ ରନ୍ କରି ବିରାଟ ଟି-୨୦ ବିଶ୍ୱକପ ଇତିହାସରେ ସର୍ବାଧିକ ରନ୍ କରିଥିବା ଭାରତୀୟ ବ୍ୟାଟର ହେବାର ରେକର୍ଡ କରିଛନ୍ତି।

ସେ ରୋହିତ ଶର୍ମାଙ୍କୁ ପଛରେ ପକାଇ ୩ ନମ୍ବର ବ୍ୟାଟର ଭାବରେ ସର୍ବାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି। ସେହିପରି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ବିରାଟ କୋହଲି ସର୍ବାଧିକ ରନ୍ କରିଥିବା ବ୍ୟାଟର ହେବାର ଗୌରବ ଅର୍ଜନ କରିଛନ୍ତି। ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବିରାଟ ବର୍ତ୍ତମାନ ସୁଧା ୩୭୯୪ ରନ୍ କରିଛନ୍ତି। ତାଙ୍କ ପଛକୁ ୩ ୭୪୧ ରନ୍ ସହ ରୋହିତ ଶର୍ମା ଦ୍ୱିତୀୟ ନମ୍ବରର ଅଛନ୍ତି।