ଭୁବନେଶ୍ୱର ବିମାନବନ୍ଦରରେ ଭାରତୀୟ ହକିଟିମ୍

ହକି ବିଶ୍ୱକପ୍ ପାଇଁ ଭାରତୀୟ ହକି….

ଭୁବନେଶ୍ୱର: ହକି ବିଶ୍ୱକପ୍ ପାଇଁ ଭାରତୀୟ ହକି ଦଳ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ଫଳରେ ସେଠାରେ ତାଙ୍କୁ ଭଗ୍ୟ ସ୍ୱାଗତ କରାଯାଇଛି । ତେବେ ହର୍ରମନପ୍ରୀତ ସିଂହଙ୍କ ନେତୃତ୍ୱରେ ହକି ଖେଳାଳି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଏଠାରୁ ଆଜି ସଂନ୍ଧ୍ୟାରେ ସେମାନେ ରାଉଲକେଲାରେ ପହଞ୍ଚିବେ । ଏନେଇ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ତା କରାଯାଇଛି ।

ତେବେ ବିଶ୍ୱ ହକିକପ୍ ୨୦୨୩ ଓଡିଶାର ରାଉଲକେଲା ଏବଂ ଭୁବନେଶ୍ୱରରେ ଜାନୁଆରୀ ୧୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଟିତ ହେବ । ଯାହାକୁ ନେଇ ଚଳଞ୍ଚଳହୋଇଛି ରାଜ ଧାନୀ ଭୁବନେଶ୍ୱର ଏବଂ ଷ୍ଟିଲ ସିଟି ରାଉଲକେଲା । ତେବେ ଆଜିଠାରୁ ଭାରତୀୟ ପୁରୁଷ ହକି ଟିମ୍ ଭୁନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି । ତେବେ ଏହି ଭାରତୀୟ ହକି ଦଳରେ ୨ଜଣ ଓଡିଆ ଖେଳାଳି ରୋହିଦାସ ଏବଂ ନିଲମ ଖଏସ୍ ମଧ୍ୟ ସାମିଲ ଅଛନ୍ତି । ଏହି ହକି ବିଶ୍ୱକମ୍ପରୁ ନେଇ ଖେଳ ପ୍ରେମୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ଉତ୍ସାହିତ ଥିବା ଜଣା ପଡିଛି ।