ପୁରୁଷ ହକି ବିଶ୍ୱକପ୍ ପାଇଁ ଘୋଷଣା ହେଲା ଭାରତୀୟ ଦଳ

ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ ବିଶ୍ୱକପ୍ ପାଇଁ ୧୮…..

ପୁରୁଷ ହକି ବିଶ୍ୱକପ୍ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ ବିଶ୍ୱକପ୍ ପାଇଁ ୧୮ ଜଣିଆ ଦଳ ଘୋଷଣା କରିଛି ହକି ଇଣ୍ଡିଆ । ତେବେ ହରମନପ୍ରୀତଙ୍କୁ ଦଳର ଅଧିନାୟକ ନିଯୁକ୍ତ କରାଯାଇଥିବାବେଳେ, ଓଡିଆ ଖେଳାଳି ଅମିତ ରୋହିଦାସ ଦଳର ଉପ-ଅଧିନାୟକ ନିଯୁକ୍ତ ହୋଇଛନ୍ତି ।

ଶୁକ୍ରବରା ହକି ଇଣ୍ଡିଆ ତରଫରୁ ଏହି ୧୮ ଜଣିଆ ଦଳ ଘୋଷଣା ହୋଇଛି । ଏହି ଦଳ ଭୁବନେଶ୍ୱର ଓ ରାଉରକେଲାରେ ହେବାକୁ ଥିବା ଏଫଆଇଏଚ୍ ପୁରୁଷ ହକି ବିଶ୍ୱକପରେ ଭାଗ ନେବ । ତେବେ ଭାରତ ଏଥର ବିଶ୍ୱକପରେ ଗ୍ରୁପ-ଡିରେ ସ୍ଥାନ ପାଇଛି । ଭାରତ ସହ ଏହି ଗ୍ରୁପରେ ଇଂଲଣ୍ଡ, ସ୍ପେନ୍ ଏବଂ ୱେଲସ ରହିଛି । ତେବେ ଆସନ୍ତା ଜାନୁଆରୀ ୧୩ରୁ ବିଶ୍ୱକପ୍ ଅଭିଯାନ ଓଡିଶାରେ ଆରମ୍ଭ ହେବ ।

ବିଶ୍ୱକପ୍ ପାଇଁ ବଛାଯାଇଥିବା ଭାରତୀୟ ହକି ଖେଳାଳିଙ୍କ ନାମ 

କ୍ରିଷନ ବାହାଦୂର ପାଠକ, ପି ଆର ଶ୍ରୀଜେଶ, ଜରମନପ୍ରୀତ ସିଂହ, ସୁରେନ୍ଦର କୁମାର, ହରମନପ୍ରୀତ ସିଂହ (ଅଧିନାୟକ), ବରୁଣ କୁମାର, ଅମିତ ରୋହିଦାସ (ଉପ-ଅଧିନାୟକ), ନିଲମ ସଞ୍ଜୀପ ଖେସ୍, ମନପ୍ରୀତ ସିଂହ, ହାର୍ଦ୍ଦିକ ସିଂହ, ନୀଳକଣ୍ଠ ଶର୍ମା, ସମଶେର ସିଂହ, ବିବେକ ସାଗର ପ୍ରସାଦ, ଆକାଶଦୀପ ସିଂହ, ମନଦୀପ ସିଂହ, ଲଳିତ କୁମାର ଉପାଧ୍ୟାୟ, ଅଭିଶେକ, ସୁଖଜିତ ସିଂହ ।