୧୦୦୦ତମ ଦିନିକିଆରେ ଭାରତର ଜବରଦସ୍ତ ବାଜିମାତ୍‌

ଅହମ୍ମଦାବାଦ: ୧୦୦୦ତମ ଦିନିକିଆରେ ଭାରତର ଜବରଦସ୍ତ ବାଜିମାତ୍‌ କଲା ଭାରତ । ଅହମ୍ମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ବୋଲିଂ ଓ ବ୍ୟାଟିଂରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ୱେଷ୍ଟଇଣ୍ଡିଜକୁ ୬ ୱିକେଟ୍‌ରେ ହରାଇଛି ଭାରତ । ଏହି ବିଜୟ ସହ ଦିନିକିଆ ସିରିଜ୍‌ରେ ୧-୦ରେ ଆଗୁଆ ରହିଛି । ନୂଆ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ।

ସେହିପରି ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ୧୭୬ ରନ କରି ଅଲଆଉଟ୍‌ ହୋଇଯାଇଥିଲା । ଅନ୍ୟପକ୍ଷରେ ଭାରତ ପକ୍ଷରୁ ୟୁଜବେନ୍ଦ୍ର ଚହଲଙ୍କୁ ୪ ୱିକେଟ ଓ ୱାଶିଂଟନ ସୁନ୍ଦର ୩ ୱିକେଟ ନେଇ ଭ୍ରମଣକାରୀ ଦଳକୁ ବଡ ସ୍କୋର କରିବାକୁ ଦେଇନଥିଲେ । ଏହାର ଜବାବରେ ଭାରତ ମାତ୍ର ୨୮ ଓଭରରେ ୪ ୱିକେଟ୍‌ ହରାଇ ବାଜିମାତ କରିନେଇଛି । ଦଳ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ସର୍ବାଧିକ ୬୦ ରନ କରିଥିବାବେଳେ ସୂର୍ଯ୍ୟକୁମାର ଯାଦବ ୩୪ ଓ ଦୀପକ ହୁଡ୍ଡା ୨୮ ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ ।