ନୂଆଦିଲ୍ଲୀ: କୋଲକାତାର ଇଡେନ ଗାର୍ଡେନରେ ସିଜିନର ଉଦଘାଟନୀ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କୋଲକାତା ନାଇଟ୍ ରାଇଡର୍ସକୁ ୭ ୱିକେଟରେ ପରାସ୍ତ କରିଛି ।
ପ୍ରଥମେ ବ୍ୟାଟିଂ କରି କୋଲକାତା ନାଇଟ୍ ରାଇଡର୍ସ ୨୦ ଓଭରରେ ୧୭୪-୮ ରନ କରିଥିଲା । ପରିଦର୍ଶକ ଦଳ ମାତ୍ର ୧୬.୨ ଓଭରରେ ୧୭୭-୩ ରନ କରିଥିଲା । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଇନିଂସରେ ସର୍ବାଧିକ ସ୍କୋରର ଥିଲେ ବିରାଟ କୋହଲି ୫୯ (୩୬) ଏବଂ ଫିଲିପ୍ ସଲ୍ଟ ୫୬ (୩୧) ।