ଟସ ଜିତି କୋଲକାତାର ବ୍ୟାଟିଂ ନିଷ୍ପତ୍ତି

ଆବୁଧାବି: ଆଜି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯିବ ଚଳିତ ଆଇପିଏଲର 21ତମ ମ୍ୟାଚ୍। ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି କୋଲକାତା ଅଧିନାୟକ ଦିନେଶ କାର୍ତ୍ତିକ।

ଆଜିର ମ୍ୟାଚ୍ ଆବୁଧାବିର ଶେଖ ଜାଏଦ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଅନୁଷ୍ଠିତ ହେଉଛି। ଏଠାରେ ମୈଦାନର ପରିଧି ବେଶ ଲମ୍ବା ଥିବାରୁ ସେତେଟା ଛକା ଦେଖିବାକୁ ମିଳିନପାରେ। ତେବେ ବିନା କୌଣସି ୱିକେଟ ହରାଇ ନିକଟରେ ମ୍ୟାଚ୍ ଜିତିଥିବା ଚେନ୍ନାଇ ଟିମର ପଲ୍ଲା କେକେଆର ଅପେକ୍ଷା ଭାରି ରହିଛି। ପିୟୁଷ ଚାୱଲାଙ୍କ ବଦଳରେ କର୍ଣ୍ଣ ଶର୍ମାଙ୍କୁ ଧରି ପଡ଼ିଆକୁ ଓହ୍ଲାଇବ ସିଏସକେ।

ଅନ୍ୟପଟେ କେକେଆର ଟିମ୍ ପୂର୍ବ ମ୍ୟାଚ୍ ଭଳି ଅପରିବର୍ତ୍ତିତ ରହିଛି। ପଏଣ୍ଟ ଟେବୁଲରେ ଦଳ 4 ନଂ ସ୍ଥାନରେ ରହିଥିବା ବେଳେ 5 ନଂରେ ରହିଛି ସିଏସକେ। ତେବେ କୋଲକାତା ଖେଳିଥିବା 4ଟି ମ୍ୟାଚରୁ ଦୁଇଟି ହାରିଥିବା ବେଳେ ଚେନ୍ନାଇ 5ଟି ଖେଳି 3ଟି ହାରିଛି।