ବେଙ୍ଗାଲୁରୁ ୧ ରନ୍‌ରେ ହରାଇଲା ନାଇଟ ରାଇଡର୍ସ

ନୂଆଦିଲ୍ଲୀ: କଲକାତା ନାଇଟ୍‌ ରାଇଡର୍ସ (କେକେଆର) ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)କୁ ୧ ରନ୍‌ରେ ହରାଇ ଦେଇଛନ୍ତି। ଏହି କ୍ରମରେ ଗତକାଲି ମଧ୍ୟ କୋଲକାତା ନାଇଟ ରାଇଡର୍ସ(KKR) ବିପକ୍ଷ ମ୍ୟାଚରେ ମାତ୍ର ଗୋଟିଏ ରନ୍ ବ୍ୟବଧାନରେ ଆରସିବିକୁ ପରାସ୍ତ ହେବାକୁ ପଡିଛି।

ହାତରୁ ଏହି ମ୍ୟାଚେ ଯିବା ସହ ଦଳ କ୍ରମାନ୍ୱୟରେ ଷଷ୍ଠ ଥର ଏବଂ ସିଜିନର ସପ୍ତମ ପରାଜୟର ସାମ୍ନା କରିଛି। ସେପଟେ କମ୍ ବ୍ୟାକ୍ ସହ ପଞ୍ଚମ ବିଜୟ ହାସଲ କରିଛି କୋଲକତା ନାଇଟ୍ ରାଇଡର୍ସ।

କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚରେ ରୋଚକ ମୋଡ଼ ନେଇଥିଲା ଅନ୍ତିମ ଓଭର। ଗୋଟିଏ ଓଭରରେ ୨୧ ରନ୍ ଆବଶ୍ୟକ ପଡୁଥିବା ବେଳେ ମିଚେଲ ଷ୍ଟାର୍କଙ୍କ ବଲରେ ୩ଟି ଛକା ମାରି ରୋମାଞ୍ଚ ଭରିଥିଲେ କର୍ଣ୍ଣ ଶର୍ମା ।