ଚେନ୍ନାଇ ସୁପର କିଙ୍ଗସକୁ ୮ ୱିକେଟରେ ହରାଇଲା ଲକ୍ଷ୍ନୌ

ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସକୁ ୮ ୱିକେଟରେ ପରାସ୍ତ କରିଛି ଲକ୍ଷ୍ନୌ । ମ୍ୟାଚ୍ ବିଜୟୀ ପ୍ରଦର୍ଶନ ପାଇଁ କ୍ୟାପ୍ଟେନ କେ.ଏଲ ରାହୁଲ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି । ପ୍ରଥମେ ବ୍ୟାଟିଂ କରି ୬ୱିକେଟ ହରାଇ ୧୭୬ରନ କରିଥିଲା ଚେନ୍ନାଇ।

ଟିମରେ ଦୁଇ ଓପନର ଫେଲ ମାରିବା ପରେ ପାଳି ସମ୍ଭାଳିଥିଲେ ରବୀନ୍ଦ୍ର ଜାଡେଜା । ୪୦ ବଲରେ ୫୭ରନ କରି ଦଳକୁ ଏକ ସ୍ଥିତିକୁ ଆଣିଥିଲେ । ଶେଷରେ ବ୍ୟାଟିଂ କରିବାକୁ ଆସିଥିବା ମହେନ୍ଦ୍ର ସିଂ ଧୋନି ବି କମାଲ କରିଥିଲେ। ୯ ଟି ବଲରେ ୩ଚୌକା, ଦୁଇ ଛକା ସହ ୨୮ ରନ କରି ଅପରାଜିତ ରହିଥିଲେ।

ଲକ୍ଷ୍ନୌରେ ଖେଳା ଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୧୭୬ ରନ୍ ସଂଗ୍ରହ କରିଥିଲା ଚେନ୍ନାଇ ସୁପର କିଙ୍ଗସ । ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ୱେ ରବୀନ୍ଦ୍ର ଜାଡେଜା, ମହେନ୍ଦ୍ର ସିଂହ ଧୋନି ଓ ମୋଇନ ଅଲ୍ଲିଙ୍କ ଅବଦାନ ବଳରେ ଦଳ ବଡ଼ ସ୍କୋର୍ କରିବାରେ ସଫଳ ହୋଇଥିଲା ।