କୋହଲିଙ୍କ କ୍ଲବରେ ମନ୍ଧାନା

ଭାରତୀୟ ମହିଳା କ୍ରିକେଟ ଟିମର ଓପନର ବ୍ୟାଟ୍ସମ୍ୟାନ…

ନୂଆଦିଲ୍ଲୀ : ଭାରତୀୟ ମହିଳା କ୍ରିକେଟ ଟିମର ଓପନର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କର ଅପୂର୍ବ ସଫଳତା । କମନୱେଲଥ ଗେମ୍ସ ୨୦୨୨ରେ ପାକିସ୍ତାନ ବିପକ୍ଷରେ ୬୩ ରନର ଏକ ଆକର୍ଷଣୀୟ ପାଳି ଖେଳିଛନ୍ତି । ପାକିସ୍ତାନର ୧୦୦ ରନର ଲକ୍ଷ୍ୟକୁ ପିଛା କରି ମନ୍ଧାନା ୪୨ଟି ବଲ୍‌ରେ ୮ଟି ଚୌକା ଓ ୩ଟି ଛକା ମାରିଛନ୍ତି । ମନ୍ଧାନା ଏହି ଇଂନିସ ପରେ ବିରାଟ କୋହଲିଙ୍କ କ୍ଲବରେ ସାମିଲ ହୋଇଛନ୍ତି । ମନ୍ଧାନା ଟି-୨୦ରେ ଲକ୍ଷ୍ୟର ପିଛା କରି ୧୦୦୦ରନ କରିଥିବା ପ୍ରଥମ ଭାରତୀୟ ମହିଳା ଖେଳାଳି ହୋଇଛନ୍ତି । ସେପଟେ ଏହି ରେକର୍ଡ ବିରାଟ କୋହଲିଙ୍କ ନାମରେ ରହିଛି ।

କୋହଲି ଓ ମନ୍ଧାନାଙ୍କ ମଧ୍ୟରେ ଗୋଟିଏ ସମାନତା ଏହା କି ଉଭୟ ହିଁ ଖେଳାଳି ୧୮ ନମ୍ୱରର ଜର୍ସି ପିନ୍ଧନ୍ତି । ମନ୍ଧାନାଙ୍କ ଏହି ସଫଳତା ପରେ ତାଙ୍କୁ ମହିଳା କ୍ରିକେଟର ଚେଜ ମାଷ୍ଟର କୁହାଯାଉଛି । ଉଲ୍ଲେଖନୀୟ ଯେ, କମନୱେଲଥ ଗେମ୍ସ ୨୦୨୨ର ମୁକାବିଲାରେ ଭାରତ ପାକିସ୍ତାନକୁ ୮ ୱିକେଟରେ ହରାଇ ଟୁର୍ଣ୍ଣାମେଣ୍ଟର ପ୍ରଥମ ବିଜୟ ହାସଲ କରିଛି ।