ଗୋଟିଏ ସଟ୍‌ ଦୂରେଇ ଦେଲା ପଦକ

ଟୋକିଓ: ଟୋକିଓ ଅଲିମ୍ପିକରେ ଇତିହାସ ରଚିବାରେ ବିଫଳ ହୋଇଛନ୍ତି ଭାରତର ଗଲ୍ଫ ଖେଳାଳି ଅଦିତି ଅଶୋକ । ନ୍ୟୁଜିଲାଣ୍ଡର ଲିଡିଆ କୋଙ୍କ ଠାରୁ ଆଦିତି ମାତ୍ର ଗୋଟିଏ ପଏଣ୍ଟ କମ ପାଇଁ ୪ର୍ଥ ସ୍ଥାନରେ ରହିଛନ୍ତି । ତାଙ୍କର ଗୋଟିଏ ସଟ୍‌ ପ୍ରଦର୍ଶନ ଉପରେ ଭାରି ପଡିଥିଲା । ଶେଷ ହୋଇଥିବା ତୃତୀୟ ରାଉଣ୍ଡ ପରେ ଦ୍ୱିତୀୟ ସ୍ଥାନରେ ଥିଲେ । ଚତୁର୍ଥ ରାଉଣ୍ଡରେ ଲଗାତାର ଟପ୍‌-୪ ରେ ଅଛନ୍ତି । ଆଦିତି ଅଶୋକ ନିଜର ଶେଷ ସଟରେ ବଡ ସଫଳତା ହାସଲ କରିବା ଚେଷ୍ଟା କରିଥିଲେ, କିନ୍ତୁ ଗୋଟିଏ ଷ୍ଟ୍ରୋକ ତାଙ୍କୁ ପଦକରୁ ବଞ୍ଚିତ କରିଛି ।