ଫ୍ରେଞ୍ଚ ଓପନ ଟେନିସରୁ ପ୍ଲିସ୍‌କୋଭା ବିଦା

latest sports news French Open tennis

ନୂଆଦିଲ୍ଲୀ: ପୂର୍ବତନ ଏକ ନମ୍ବର ମହିଳା ଖେଳାଳି କାରୋଲିନା ପ୍ଲିସକୋଭା ଏଠାରେ ଚାଲିଥିବା ଫ୍ରେଞ୍ଚ ଓପନ ଗ୍ରାଣ୍ଡ ସ୍ଲାମ ଟେନିସ ପ୍ରତିଯୋଗିତାର ଦ୍ୱିତୀୟ ରାଉଣ୍ଡରୁ ବିଦାୟ ନେଇଛନ୍ତି । ଗୁରୁବାର ମହିଳା ଏକକ ଦ୍ୱିତୀୟ ରାଉଣ୍ଡରେ ସ୍ଥାନୀୟ ୱାଇଲଡକାର୍ଡଧାରୀ ଲିଓଲିଆ ଜିନଜିନ ସିଧାସଳଖ ୬-୨, ୬-୨ ସେଟରେ ଅଷ୍ଟମ ମାନ୍ୟତାପ୍ରାପ୍ତ ଚେକ ଗଣରାଜ୍ୟର ପ୍ଲିସ କୋଭାଙ୍କୁ ହରାଇ ବିଦାୟ ରାସ୍ତା ଦେଖାଇଥିଲେ ।

ତେବେ ଶୀର୍ଷ ମାନ୍ୟତାପ୍ରାପ୍ତ ଈଗା ସ୍ୱିତେକ ଏବଂ ତୃତୀୟ ମାନ୍ୟତାପ୍ରାପ୍ତ ପୌଲା ବଦୋସା ତୃତୀୟ ରାଉଣ୍ଡରେ ପହଞ୍ଚିଛନ୍ତି । ପୋଲାଣ୍ଡର ସ୍ୱିତେକ ୬-୦, ୬-୨ ସେଟ୍‌ରେ ଆମେରିକାର ଆଲିସନ ରିସ୍କଙ୍କୁ ଏବଂ ସ୍ପେନର ବଦୋସା ୭-୫, ୩-୬, ୬-୨ ସେଟରେ ସ୍‌ଲୋଭେନିଆର କାଜା ଜୁଭାନଙ୍କୁ ହରାଇଥିଲେ । ପୁରୁଷ ଏକକରେ ୨୧ ଗ୍ରାଣ୍ଡ ସ୍ଲାମ ବିଜେତା ରାଫେଲ ନାଦାଲ, ଦ୍ୱିତୀୟ ମାନ୍ୟତାପ୍ରାପ୍ତ ଡାନିଏଲ ମେଦଭେଦଭ ଓ ଅଷ୍ଟମ ମାନ୍ୟତାପ୍ରାପ୍ତ କାସପର ରୁଡ୍‌ ସହଜ ବିଜୟ ସହ ଦ୍ୱିତୀୟ ରାଉଣ୍ଡ ବାଧା ଅତିକ୍ରମ କରିଛନ୍ତି ।

ସ୍ପେନ୍‌ ତାରକା ନାଦାଲ ୬-୩, ୬-୧, ୬-୪ ସେଟରେ ସ୍ଥାନୀୟ ଖେଳାଳି କୋରେଣ୍ଟିନ ମୋଉଟେଟଙ୍କୁ ପରାସ୍ତ କରିଥିଲେ । ରୋଲାଣ୍ଡ ଗାରୋସରେ ୧୩ ମୁକୁଟ କରାୟତ୍ତ କରିଥିବା ନାଦାଲଙ୍କ ଏହା ୩୦୦ତମ ଗ୍ରାଣ୍ଡ ସ୍ଲାମ ବିଜୟ । ରୁଷିଆର ମେଦଭେଦେବ ୬-୩, ୬- ୪, ୬-୩ ସେଟରେ ସର୍ବିଆର ଲାସଲୋ ଡେରେଙ୍କୁ ଏବଂ ନରୱେର ରୁଡ ୬- ୩, ୬-୪, ୬-୨ ସେଟ୍‌ରେ ଫିନଲାଣ୍ଡର ଏମିଲ ରୁସୁଭୁଓରିଙ୍କୁ ହରାଇଥିଲେ ।