ରାହୁଲଙ୍କୁ ୨୪ ଲକ୍ଷର ଜରିମାନା

ଅଧିନାୟକ ରାହୁଲଙ୍କ ଉପରେ ୨୪ ଲକ୍ଷ ଟଙ୍କାର ଜରିମାନା ଲାଗିଛି….

ମୁମ୍ବେଇ: ଆଇପିଏଲ-୨୦୨୨ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଲକ୍ଷେ୍ନø ସୁପର ଜାଏଣ୍ଟସ ମଧ୍ୟରେ କଡା ମୁକାବିଲା ହୋଇଥିଲା । ଲକ୍ଷେ୍ନø ସୁପର ଜାଏଣ୍ଟସର ଅଧିନାୟକ ରାହୁଲଙ୍କ ନେତୃତ୍ୱରେ ମୁମ୍ବାଇକୁ ୩୬ ରନରେ ପରାସ୍ତ କରିଛି । ତାଙ୍କୁ ସ୍ଲୋ ଓଭର ଓଭର ବୋଲିଂ ପାଇଁ ତାଙ୍କ ଉପରେ ମୋଟା ଅଙ୍କର ଜରିମାନା ଲାଗିଛି । ସୂଚନାନୁସାରେ ମ୍ୟାଚରେ ଲକ୍ଷେ୍ନø ଦଳ ସ୍ଲୋ ଓଭର ବୋଲିଂ କରିଥିଲା । ଏହି କାରଣରୁ ଅଧିନାୟକ ରାହୁଲଙ୍କ ଉପରେ ୨୪ ଲକ୍ଷ ଟଙ୍କାର ଜରିମାନା ଲାଗିଛି । ଏହା ସହ ସିଜିନରେ ଦ୍ୱିତୀୟଥର ପାଇଁ ଅଧିନାୟକ ରାହୁଲଙ୍କ ଉପରେ ଜରିମାନା ଲାଗିଛି । ଏହାବାଦ ଅନ୍ୟ ଖେଳାଳିଙ୍କ ଉପରେ ମଧ୍ୟ ୬ ଲକ୍ଷ ଟଙ୍କାର ଫାଇନ ଲାଗିଛି । ଅନ୍ୟପକ୍ଷରେ ଯଦି ତୃତୀୟ ଥର ଭୁଲ ହୁଏ ତେବେ ଅଧିନାୟକ ରାହୁଲଙ୍କୁ ଗୋଟିଏ ମ୍ୟାଚରୁ ବାସନ୍ଦ କରାଯାଇପାରେ ।