ମୁମ୍ବାଇକୁ ହରାଇଲା ଆର୍‌ସିବି

ଏକଦା ଦୟନୀୟ ସ୍ଥିତିରେ ଥିବା ମୁମ୍ବାଇ ପାଇଁ….

ବେଙ୍ଗାଲୁରୁ : ଆଇପିଏଲ୍‌ରେ ରବିବାର ସନ୍ଧ୍ୟାର ମ୍ୟାଚ୍‌ରେ ବିଜୟୀ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)। ଫାଫ୍ ଡୁ ପ୍ଲେସି ଓ ବିରାଟ କୋହଲିଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ମୁମ୍ବଇ ଇଣ୍ଡିଆନ୍‌ସକୁ ୮ ୱିକେଟରେ ଆର୍‌ସିବି ପରାସ୍ତ କରିଛି। ଏକଦା ଦୟନୀୟ ସ୍ଥିତିରେ ଥିବା ମୁମ୍ବାଇ ପାଇଁ ତିଳକ ବର୍ମା ଅପରାଜିତ ୮୪ ରନ୍‌ କରିବାରୁ ମୁମ୍ବଇ ୭ ୱିକେଟରେ ୧୭୧ ରନ୍‌ ସ୍କୋର୍‌ରେ ପହଞ୍ଚି ପାରିଥିଲା।

ପରେ ୨୨ଟି ବଲ୍‌ ବାକିଥାଇ ୨ ୱିକେଟ ହରାଇ ଆର୍‌ସିବି ଜିତି ନେଇଥିଲା। ୧୭୨ ରନ୍‌ ଲକ୍ଷ୍ୟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦୃଢ଼ତାର ସହ ଇନିଂସ ଆରମ୍ଭ କରିଥିଲା। ଦୁଇ ଅଭିଜ୍ଞ ବ୍ୟାଟ୍‌ସମ୍ୟାନ୍ ଫାଫ୍‌ ଡୁ ପ୍ଲେସି ଓ ବିରାଟ କୋହଲି ଆକ୍ରମଣ କରି ସହଜରେ ରନ୍ ସଂଗ୍ରହ କରିଥିଲେ।