ଟି-୨୦ ବିଶ୍ୱକପରେ ଓପନିଂ କରିବେ ରୋହିତ-ବିରାଟ!

ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା..

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ୧୫ ସଦସ୍ୟ ବିଶିଷ୍ଟ ଟିମର ନେତୃତ୍ୱ ନେବେ ରୋହିତ ଶର୍ମା । ସବୁଠାରୁ ବଡ କଥା ଯେ, ଜସପ୍ରିତ ବୁମରାହ ଓ ହର୍ଷଲ ପଟେଲ ଦଳକୁ ଫେରିଛନ୍ତି । ଭାରତ ଟି-୨୦ ବିଶ୍ୱକପ ଜିତିବାକୁ ଜୋରଦାର ପ୍ରୟାସ କରିବ । ଏସିଆ କପ ୨୦୨୨ରେ କେଏଲ ରାହୁଲ ଓପନିଂରେ ସଙ୍ଘର୍ଷ କରୁଥିବା ଦେଖିବାକୁ ମିଳିଥିଲା ।

ଆଫଗାନିସ୍ତାନ ବିପକ୍ଷରେ ରୋହିତ ଶର୍ମାଙ୍କୁ ବିଶ୍ରାମ ମିଳିଥିଲା । ରାହୁଲଙ୍କ ସହ ବିରାଟ କୋହଲି ଓପନିଂ ପାଇଁ ଓହ୍ଲାଇଥିଲେ । ସେ ଦମଦାର ବ୍ୟାଟିଂ କରି ୧୨୨ ରନ କରିଥିଲେ । ତେଣୁ ବିଶ୍ୱକପରେ ରୋହିତଙ୍କ ସହ ବିରାଟ ଓପନିଂ କରିପାରନ୍ତି । ଏହାପରେ ତିନି ନମ୍ବରରେ ସୂର୍ଯ୍ୟକୁମାର ଯାଦବ ଓହ୍ଲାଇପାରନ୍ତି । ମିଡିଲ ଅର୍ଡରରେ ଚାରି ନମ୍ବରରେ ବ୍ୟାଟିଂ ପାଇଁ ଆସିପାରନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । କେଏଲ ରାହୁଲ ୫ ନମ୍ବରରେ ଆସିପାରନ୍ତି ।

ସେହିପରି ୬ ନମ୍ବରରେ ଦିନେଶ କାର୍ତ୍ତିକ ପଡିଆକୁ ଓହ୍ଲାଇପାରନ୍ତି । ନିମ୍ନକ୍ରମରେ ଅକ୍ଷର ପଟେଲ ରବୀନ୍ଦ୍ର ଜାଡେଜାଙ୍କ ସ୍ଥାନ ନେଇପାରନ୍ତି । ଏହାପରେ ଭୁବନେଶ୍ୱର କୁମାର, ଜସପ୍ରିତ ବୁମରାହ ଓ ୟୁଜବେନ୍ଦ୍ର ଚହଲ ପଡିଆକୁ ଓହ୍ଲାଇପାରନ୍ତି ।