ପୁଣିଥରେ ଆର୍ମି ଆକ୍ସନରେ ସିଦ୍ଧାର୍ଥ

ଏବେ ମନାଲୀରେ ଏହାର ସୁଟିଂ..

ମୁମ୍ବାଇ: ସୁପରଷ୍ଟାର ତାଲିକାରେ ସାମିଲ ସିଦ୍ଧାର୍ଥ ମଲହୋତ୍ରା । ଏବେ ଆଉ ଏକ ଆର୍ମି ରୋଲ ପାଇଁ ପୂରା ପ୍ରସ୍ତୁତ । ଫିଲ୍ମ ଶେରଶାହା’ରେ କ୍ୟାପଟେନ ବିକ୍ରମ ବତ୍ରାଙ୍କ ଚରିତ୍ରକୁ ସେ ଜୀବନ୍ତ କରିଦେଇଥିଲେ। ଆଉ ଏବେ ‘ଯୋଦ୍ଧା’ ଫିଲ୍ମରେ ଏୟାରକ୍ରାଫ୍ଟ ହାଇଯାକ କରିଥିବା ଆତଙ୍କବାଦୀଙ୍କ ସହ ସେ ଲଢେଇ କରିବେ ।

ଗତ ବର୍ଷ ଏହାର ଫାଷ୍ଟ ଲୁକ ଆସିଥିଲା ଓ ଏବେ ମନାଲୀରେ ଏହାର ସୁଟିଂ ଆରମ୍ଭ ହୋଇଯାଇଛି । ରିପୋର୍ଟ ଅନୁଯାୟୀ ‘ଯୋଦ୍ଧା’ ଫିଲ୍ମ ଧର୍ମା ପ୍ରଡକସନ’ର ପ୍ରଥମ ଏରିୟାଲ ଆକ୍ସନ ପ୍ରୋଜେକ୍ଟ ହେବାକୁ ଯାଉଛି । ୯୦ ଦଶକର ଏକ ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମରେ ସିଦ୍ଧାର୍ଥଙ୍କ ଜବରଦସ୍ତ ଆକ୍ସନ ଅବତାର ଦେଖିବାକୁ ମିଳିବ ।

ସିନେମାଟି ଆସନ୍ତା ୨୦୨୩ରେ ରିଲିଜ ହୋଇପାରେ ବୋଲି ଶୁଣିବାକୁ ମିଳିଛି ।