ମୁଖ୍ୟମନ୍ତ୍ରୀ ହକି ଟିମ୍‌ର ମନୋବଳ ବଢାଇଲେ

ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମିଫାଇନାଲରେ ବେଲଜିୟମ ଠାରୁ ୫-୨ରେ ହାରିବା ପରେ ଭାରତୀୟ ହକି ଟିମର ମନୋବଳ ବଢାଇଛନ୍ତି । ସେମିରେ ବେଲଜିଅମ ସହ ଟକ୍କରରେ ଖୁବ ସାହସିକତାର ସହ ପ୍ରଦର୍ଶନ କରିଛି ଇଣ୍ଡିଆନ ଟିମ୍ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଖେଳପ୍ରେମୀଙ୍କୁ ଭାରତୀୟ ହକି ଟିମ୍‌ଙ୍କ ଏହି ପ୍ରୟାସ ଖୁବ ଉତ୍ସାହିତ କରିଛି। ସେମିରେ ହାରିବା ପରେ ଏବେ ବ୍ରୋଞ୍ଜ ପଦକ ପାଇଁ ଟିମ୍ ଇଣ୍ଡିଆ ଖେଳିବ । ସେଥିପାଇଁ ଶୁଭେଚ୍ଛା ଜଣାଇଛନ୍ତି ନବୀନ। ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମି ଫାଇନାଲ ମ୍ୟାଚ୍ ଦେଖୁଥିବା ଟ୍ୱିଟ୍ କରିଥିଲେ। ମ୍ୟାଚ୍ ସରିବା ପରେ ଭାରତୀୟ ହକି ଟିମ୍‌ର ଭଲ ଡିଫେଣ୍ଡକୁ ପ୍ରଶଂସା କରିଛନ୍ତି। ଆଗାମୀ ମ୍ୟାଚ୍ ପାଇଁ ସେ ଶୁଭେଚ୍ଛା ଜଣାଇଛନ୍ତି।