ଆଜି ଭାରତ-ୱେଷ୍ଟଇଣ୍ଡିଜ୍‌ ଦ୍ବିତୀୟ ଦିନିକିଆ ମ୍ୟାଚ୍‌

ନୂଆଦିଲ୍ଲୀ : ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଚାଲିଥିବା ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ ଶନିବାର ବାର୍ବାଡୋସର କିଙ୍ଗଷ୍ଟନ ଓଭାଲରେ ଖେଳାଯିବ। ପ୍ରଥମ ମ୍ୟାଚରେ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୫ ୱିକେଟରେ ପରାଜିତ ହୋଇଥିବା ଘରୋଇ ୱେଷ୍ଟଇଣ୍ଡିଜ୍‌ ଶୃଙ୍ଖଳାକୁ ଫେରିବା ଲାଗି ଉଦ୍ୟମ କରିବ। ଅନ୍ୟପକ୍ଷରେ ରୋହିତ ଶର୍ମାଙ୍କ ନେତୃତ୍ବାଧିନ ଭାରତୀୟ ଦଳ ଆଗୁଆ ଶୃଙ୍ଖଳା ଜିତିବା ଲକ୍ଷ୍ୟରେ ରହିଛି। ଟେଷ୍ଟ ପରେ ଦିନିକିଆ ଶୃଙ୍ଖଳାକୁ ଜିତିବା ଲକ୍ଷ୍ୟରେ ଭାରତ ରହିଛି।