ଅଣ୍ଡର-୧୯ ବିଶ୍ୱକପ: ବାଂଲାଦେଶକୁ ହରାଇ ସେମିରେ ଭାରତ

ଆଣ୍ଟିଗୁଆ: ୱେଷ୍ଟଇଣ୍ଡିଜରେ ଚାଲିଥିବା ଅଣ୍ଡର-୧୯ ବିଶ୍ୱକପରେ ଭାରତ ସହଜ ବିଜୟ ସହ ସେମି ଫାଇନାଲ୍‌ରେ ପ୍ରବେଶ କରିଛି । ଶନିବାର ଅନୁଷ୍ଠିତ ସୁପରଲିଗ୍ କ୍ୱାର୍ଟର ଫାଇନାଲ୍ରେ ଡିଫେଣ୍ଡିଂ ଚାମ୍ପିଅନ୍‌ ବାଂଲାଦେଶକୁ ଭାରତ ୫ ୱିକେଟ୍‌ରେ ପରାସ୍ତ କରିଥିଲା। ଟସ୍‌ ଜିତି ଭାରତ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ବାଂଲାଦେଶ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୩୭.୧ ଓଭରରେ ୧୧୧ ରନ୍‌ କରି ଅଲ୍‌ ଆଉଟ୍‌ ହୋଇ ଯାଇଥିଲା ।

ଦଳ ପକ୍ଷରୁ ଏସଏମ ମେହରବ ୩୦, ଐଚ ମୁଲା ୧୭, ଆଶିକୁର ଜମାନ ୧୬ ରନ୍‌ କରିଥିଲେ । ଭାରତ ପକ୍ଷରୁ ରବି କୁମାର ୧୪ ରନ୍‌ରେ ୩ଟି ଓ ଭିକି ଓସ୍ୱାଲ ୧୬ ରନ୍‌ରେ ୨ଟି ୱିକେଟ୍‌ ନେଇଥିଲେ । ଜବାବରେ ଭାରତ ସହଳ ପ୍ରଥମ ୱିକେଟ୍‌ ହରାଇଥିଲା । ଓପନର ହାରନୁର ସିଂହ ଖାତା ଖୋଲି ପାରି ନଥିଲେ । ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଶେଖ ରସିଦ ଅପରାଜିତ ଓପନର ଅଙ୍ଗକ୍ରିଶ ରଘୁବଂଶୀଙ୍କ ସହ ମିଶି ସ୍ଥିତି ସୁଧାରିଥିଲେ ।

ଉଭୟ ଦଳୀୟ ସ୍କୋରକୁ ୭୦ରେ ପହଞ୍ଚାଇବା ପରେ ଦ୍ୱିତୀୟ ୱିକେଟ୍‌ର ପତନ ଘଟିଥିଲା । ୪୪ ରନ୍‌ କରି ରଘୁବଂଶୀ ଆଉଟ୍‌ ହୋଇଥିଲେ। ଏହାପରେ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ରସିଦ ୨୬, ସିଦ୍ଧାର୍ଥ ଯାଦବ ୬, ରାଜ ବାୱା ୦ ରନ୍‌ କରି ଆଉଟ୍‌ ହୋଇଥିଲେ । ୯୭ ରନ୍‌ରେ ଭାରତ ୫ଟି ୱିକେଟ୍‌ ହରାଇଥିଲା । ଅଧିନାୟକ ୟଶ ଧୂଲ ଓ କୌଶଲ ତାମ୍ବେ ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ । ଭାରତ ୩୦. ୫ଓଭରରେ ବିଜୟ ହାସଲ କରିଥିଲା । ପଞ୍ଚମ ବଲ୍‌ରେ ତାମ୍ବେ ଛକା ମାରିଥିଲେ । ସେ ୧୧ ଓ ଧୂଲ ୨୦ ରନ୍‌ କରି ଅପରାଜିତ ରହିଥିଲେ । ବାଂଲାଦେଶ ପକ୍ଷରୁ ରିପୋନ ମଣ୍ଡଳ ୪ଟି ୱିକେଟ୍‌ ନେଇଥିଲେ ।

ଅଧିନାୟକ ରବିକୁଲ ହାସନ ମଧ୍ୟ କେବଳ ୭ ରନ୍ କରିବାକୁ ସକ୍ଷମ ହୋଇଥିଲେ। ମାତ୍ର ୫୬ ରନ୍ରେ ଦଳ ୭ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ଦଳୀୟ ସ୍କୋର ୧୦୦ ପାର୍ ହେବ କି ନାହିଁ ସନ୍ଦେହ ଦେଖାଯାଇଥିଲା। ତେବେ ଏସଏମ ମେହରବ(୩୦) ଓ ଅସିକୁର ଜମାନ(୧୬) ୮ମ ୱିକେଟ ପାଇଁ ୫୦ ରନ୍ ଯୋଡ଼ିଥିଲେ। ଫଳରେ ବାଂଲାଦେଶ ୧୦୦ ପାର କରିବାକୁ ସକ୍ଷମ ହୋଇଥିଲା।

ପୂରା ଦଳ ୩୭.୧ ଓଭର୍ରେ ୧୧୧ ରନ୍ କରିବାରୁ ଭାରତକୁ ୧୧୨ ରନ୍ର ଟାର୍ଗେଟ ମିଳିଥିଲା। ଏହି ଟାର୍ଗେଟକୁ ପିଛା କରିବାକୁ ଯାଇ ଭାରତ ମଧ୍ୟ ସାମାନ୍ୟ ସମସ୍ୟାରେ ପଡ଼ିଥିଲା। ଦଳୀୟ ସ୍କୋର ଖୋଲିବା ଆଗରୁ ଓପନର ହରନୁର ସିଂହ ପ୍ୟାଭିଲିୟନ ଫେରିଥିଲେ। କିନ୍ତୁ ସୂର୍ଯ୍ୟବଂଶୀ ଓ ଶେଖ ରଶିଦ ଦମଦାର ବ୍ୟାଟିଂ କରି ସ୍ଥିତି ସମ୍ଭାଳିଥିଲେ। ଉଭୟ ଦ୍ୱିତୀୟ ୱିକେଟ ପାଇଁ ୭୦ ରନ୍ ଯୋଡ଼ି ଭାରତର ବିଜୟକୁ ନିଶ୍ଚିତ କରିଥିଲେ।

ତେବେ ସୂର୍ଯ୍ୟବଂଶୀ(୪୪) ଓ ରଶିଦ(୨୬) ଦୁଇ ଓଭର ମଧ୍ୟରେ ଆଉଟ ହୋଇ ଯିବାରୁ ଭାରତର ଚିନ୍ତା ସାମାନ୍ୟ ବଢ଼ିଥିଲା। ସିଦ୍ଧାର୍ଥ ଯାଦବ(୬) ଓ ରାଜ ବାୱା(୦) ମଧ୍ୟ ନିରାଶ କରିଥିଲେ। ୯୭ ରନ୍‌ରେ ଦଳ ୫ ବ୍ୟାଟର୍ସଙ୍କୁ ହରାଇଥିଲା। ଗୋଟିଏ ପଟେ ୱିକେଟ ଯାଉଥିବା ବେଳେ ଅନ୍ୟପଟେ ଅଧିନାୟକ ୟଶ ଧୁଲ କାଉଣ୍ଟର ଆଟାକ ଜାରି ରଖିଥିଲେ। ତାଙ୍କୁ ଶେଷ ଭାଗରେ କୌଶଲ ତାମ୍ବେ ସହଯୋଗ କରିଥିଲେ। ଶେଷ ଯାଏ ଧୁଲ ୨୦ ଓ ତାମ୍ବେ ୧୧ ରନ୍‌ କରି ଅପରାଜିତ ରହି ଭାରତକୁ ବିଜୟୀ କରାଇଥିଲେ।