ଭାରତ ଗସ୍ତ ପାଇଁ ଇଣ୍ଡିଜ୍ ଟି୨୦ ଦଳ ଘୋଷଣା

ନର୍ଥ ସାଉଣ୍ଡ : ୱେଷ୍ଟ ଇଣ୍ଡିଜ୍, ଭାରତ ଗସ୍ତ ପାଇଁ ୧୬ ଜଣିଆ ଟି-ଟ୍ୱେଣ୍ଟି ଦଳ ଘୋଷଣା କରିଛି । ଦଳରେ କିରେନ ପୋଲାର୍ଡ ଅଧିନାୟକ ଓ ନିକୋଲାସ ପୂରନ ଉପ ଅଧିନାୟକ ଦାୟିତ୍ୱ ବଜାୟ ରଖିଛନ୍ତି । ଏକାଧିକ ଦୁର୍ଦ୍ଦର୍ଷ ଅଲ୍‌ରାଉଣ୍ଡରଙ୍କୁ ସୁଯୋଗ ମିଳିଛି । ସାମରା ବ୍ରୁକ୍ସ, ନକ୍ରୁମ ବୋନର ଓ କିମାର ରୋଚ୍‌ଙ୍କୁ ଦିନିକିଆ ଦଳକୁ ଡାକରା ମିଳିଥିଲେ ହେଁ ଟି-ଟ୍ୱେଣ୍ଟି ଦଳରେ ସ୍ଥାନ ମିଳିନାହିଁ ।

ଦଳରେ କିରେନ ପୋଲାର୍ଡ (ଅଧିନାୟକ), ନିକୋଲାସ ପୂରନ, ଫାବିଆନ ଆଲେନ, ଡାରେନ ବ୍ରାଭୋ, ରଷ୍ଟନ ଚେଜ, ସେଲଡନ କଟରେଲ, ଡୋମିନିକ ଡ୍ରେକ୍ସ, ଜାସନ ହୋଲ୍ଡର, ସାଇ ହୋପ, ଅକିଲ ହୋସେନ, ବ୍ରାଣ୍ଡନ କିଙ୍ଗ, ରୋଭମାନ ପାୱେଲ୍‌, ରୋମାରିଓ ସେପର୍ଡ, ଓଡେନ ସ୍ମିଥ୍‌, କେଲି ମେୟର୍ସ, ହେଡେନ ୱାଲ୍ସ ଜୁନିୟରଙ୍କୁ ସୁଯୋଗ ମିଳିଛି ।