160×600
160×600

ବିଶ୍ବକପ୍ ୨୦୨୩: ନେଦରଲାଣ୍ଡ୍‌ସକୁ ହରାଇଲା ଅଷ୍ଟ୍ରେଲିଆ

ବିଶ୍ୱକପ ଇତିହାସରେ ଅଷ୍ଟ୍ରେଲିଆ ସର୍ବବୃହତ୍ତ ବିଜୟ ହାସଲ କରିଛି । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ଏହି ବିଜୟ ଏକାଧିକ କୀର୍ତ୍ତିମାନ ଲେଖିଛି । ବିଶ୍ବକପ୍‌ ଇତିହାସରେ ଏହା ସର୍ବବୃହତ୍‌ ବିଜୟ ହୋଇଥିଲା ବେଳେ ମ୍ୟାକ୍ସୱେଲ୍‌ଙ୍କ ଶତକ ମଧ୍ୟ ଦ୍ରୁତତମ ରେକର୍ଡ କରିଛି। ।

ଅଷ୍ଟ୍ରେଲିଆ ବ୍ୟାଟର୍‌ଙ୍କ ବିସ୍ଫୋରକ ଖେଳ ଯୋଗୁଁ ଦଳ ୩୯୯/୮ ସ୍କୋର କରିଥିଲା ବେଳେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ବିପର୍ଯ୍ୟୟ କରିଥିବା ନେଦରଲାଣ୍ଡ୍‌ସ ନିୟମିତ ବ୍ୟବଧାନରେ ୱିକେଟ୍‌ ହରାଇ ୯୦ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା ।