ସାଂସଦ ରମେଶ ମାଝୀଙ୍କୁ କରୋନା

ଭୁବନେଶ୍ୱର(ଏସ୍ ନ୍ୟୁଜ): କୋରନାରେ ଆକ୍ରାନ୍ତ ହୋଇଛନ୍ତି ନବରଙ୍ଗପୁର ଲୋକସଭା ସାଂସଦ ରମେଶ ଚନ୍ଦ୍ର ମାଝୀ। ଏନେଇ ସେ ଫେସବୁକ ଯୋଗେ ଅବଗତ କରାଇଛନ୍ତି।

ସଂସ୍ପର୍ଶରେ ଆସିଥିବା ଅନ୍ୟମାନଙ୍କୁ ସତର୍କ ଏବଂ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦେଇଛନ୍ତି ରମେଶ। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ବେଳେ ସେ ହୋମ୍ କ୍ୱାରେଣ୍ଟିନରେ ଅଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ଏବେ ସୁଦ୍ଧା ୧୭ ବିଧାୟକ ଏବଂ ୩ ଜଣ ସାଂସଦ କରୋନା ଦ୍ୱାରା ଆକ୍ରାନ୍ତ ହୋଇସାରିଲେଣି। ଅନେକେ ସୁସ୍ଥଲାଭ କରିସାରିଥିବା ବେଳେ ଆଉ କିଛିଙ୍କ ଚିକିତ୍ସା ଚାଲିଛି।