ଭୁବନେଶ୍ୱର(ଏସ୍ ନ୍ୟୁଜ): ଭାରତରେ କରୋନା ସଂକ୍ରମଣ ଦିନକୁ ଦିନ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ ୯୬ ହଜାର ୫୫୧ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫ ଲକ୍ଷ ୬୨ ହଜାର ୪୧୪ ରେ ପହଞ୍ଚିଛି।
ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଥିବା ବେଳେ ଗୋଟିଏ ଦିନରେ ୧,୨୦୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏଥିସହ ମୋଟ ମୃତ୍ୟୁ ସଂଖ୍ୟା ୭୬ ହଜାର ୨୭୧ କୁ ବୃଦ୍ଧି ପାଇଛି। ଦେଶରେ ଏବେ ୯ ଲକ୍ଷ ୪୩ ହଜାର ୪୮୦ ଜଣ ସକ୍ରିୟ ରୋଗୀ ଥିବାବେଳେ ୩୫ ଲକ୍ଷ ୪୨ ହଜାର ୬୬୩ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।