ଭୁବନେଶ୍ୱର(ଏସ୍ ନ୍ୟୁଜ): ୨୪ ଘଣ୍ଟାରେ ରାଜ୍ୟର ୩୦ ଜିଲ୍ଲାରୁ ନୂଆ ୩୭୭୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୧୯୧ ଜଣ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୧୫୮୬ ରୋଗୀ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୪୬ ହଜାର ୮୯୪କୁ ବୃଦ୍ଧି ପାଇଛି। ଏହାସହ ପୁଣି ୧୧ ଆକ୍ରାନ୍ତଙ୍କ ଜୀବନ ନେଇଛି ମହାମାରୀ କରୋନା।
ନୂଆ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୧୫ ଜଣ, କଟକରୁ ୩୬୮ ଜଣ, ପୁରୀରୁ ୨୩୭ ଜଣ, ସୁନ୍ଦରଗଡ଼ରୁ ୧୪୮ ଜଣ, କେନ୍ଦ୍ରାପଡାରୁ ୧୪୮ ଜଣ, ବରଗଡ଼ରୁ ୧୩୯ ଜଣ,ଯାଜପୁରରୁ ୧୩୩ ଜଣ, ବାଲେଶ୍ବରରୁ ୧୨୭ ଜଣ, ଅନୁଗୁଳରୁ ୧୧୫ ଜଣ, ସମ୍ବଲପୁରରୁ ୧୧୨ ଜଣ,ନବରଙ୍ଗପୁରରୁ ୧୦୭ ଜଣ, ଜଗତସିଂହପୁରରୁ ୧୦୦ ଜଣ, କୋରାପୁଟରୁ ୯୮ ଜଣ, କେନ୍ଦୁଝରରୁ ୭୮ ଜଣ, ରାୟଗଡ଼ାରୁ ୭୫ ଜଣ, ନୂଆପଡ଼ାରୁ ୭୩ ଜଣ, ସୋନପୁରରୁ ୭୧ ଜଣ, ଝାରସୁଗୁଡା ଓ କଳାହାଣ୍ଡିରୁ ୭୦ ଜଣ ଲେଖାଏଁ, ଭଦ୍ରକରୁ ୬୭ ଜଣ, ଢ଼େଙ୍କାନାଳରୁ ୬୭ ଜଣ, ଗଞ୍ଜାମରୁ ୫୮ ଜଣ, ମୟୂରଭଞ୍ଜରୁ ୫୮ ଜଣ, ବଲାଙ୍ଗୀରରୁ ୫୧ ଜଣ, କନ୍ଧମାଳରୁ ୪୯ ଜଣ, ବୌଦ୍ଧରୁ ୨୬ ଜଣ, ମାଲକାନଗିରିରୁ ୨୬ ଜଣ, ଦେବଗଡ଼ରୁ ୧୪ ଜଣ ଏବଂ ଷ୍ଟେଟ୍ ପୁଲ୍ରୁ ୧୯୨ ଜଣ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଜଣାଇଛି।
ସେହିଭଳି ଓଡିଶାରେ ପୁଣି ୧୧ କୋରେନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ସଂପୃକ୍ତ ମୃତକଙ୍କ ମଧ୍ୟରୁ କଟକ ଜିଲ୍ଲାରୁ ୩ ଜଣ, ଖୋର୍ଦ୍ଧାରୁ ୨ ଜଣ, ବଲାଙ୍ଗୀର, ଯାଜପୁର, କଳାହାଣ୍ଡି, କେନ୍ଦୁଝର, ନୟାଗଡ଼ ଓ ରାୟଗଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି।ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୧୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୧ ଲକ୍ଷ ୪୬ ହଜାର ୮୯୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୩୪ ହଜାର ୧୬୩ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧ ଲକ୍ଷ ୧୨ହଜାର ୦୬୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ସୁଦ୍ଧା ରାଜ୍ୟରେ ୨୩ ଲକ୍ଷ ୭୪ ହଜାର ୬୨୦ ସାମ୍ପୁଲ ଟେଷ୍ଟ୍ ହୋଇଛି।