ଆଜିଠାରୁ ଟାଟା କାର ମୂଲ୍ୟ ବୃଦ୍ଧି

ନୂଆଦିଲ୍ଲୀ: ଟାଟା ମୋଟର୍ସ ପକ୍ଷରୁ ତାହାର କାରଗୁଡିକର ମୂଲ୍ୟବୃଦ୍ଧି କରାଯାଇଛି। ମଙ୍ଗଳବାର ଠାରୁ ଦେଶରେ ଏହି ବର୍ଦ୍ଧିତ ମୂଲ୍ୟ ଲାଗୁ ହୋଇଛି। ଚଳିତ ବର୍ଷ କମ୍ପାନୀ ପକ୍ଷରୁ ଏହା ତୃତୀୟ ମୂଲ୍ୟ ସଂଶୋଧନ ବୋଲି ଜଣାଯାଇଛି। ଏହା ଗତ ମଇ ମାସରେ କାରଗୁଡିକର ମୂଲ୍ୟ ୧.୮% ପର୍ଯ୍ୟନ୍ତ ଏବଂ ତାହା ପୂର୍ବରୁ ଜାନୁଆରୀରେ ୨୬ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଥିଲା। ତେବେ କେବଳ ଟାଟା ଚଳିତ ବର୍ଷ ଏକାଧିକ ଥର ମୂଲ୍ୟ ବୃଦ୍ଧି ଘଟାଇନାହିଁ, ତାହାସହିତ ମାରୁତି ସୁଜୁକି ମଧ୍ୟ ଚଳିତ ବର୍ଷ ତାହାର ଯାନଗୁଡିକର ମୂଲ୍ୟ ବୃଦ୍ଧି କରିଛି। ଭାରତର ସ୍ୱଦେଶୀ କମ୍ପାନୀ ଟାଟା ମୋଟର୍ସ କହିଛି ଯେ ଏହାର ଯାତ୍ରୀବାହୀ ଗାଡିଗୁଡିକର ମୂଲ୍ୟ ପ୍ରକରଣ ଭିତ୍ତିରେ ଭିନ୍ନ ଭିନ୍ନ ହେବ। ତେବେ ମୋଟ ଉପରେ ମୂଲ୍ୟବୃଦ୍ଧି ହାରାହାରି ୦.୮% ହେବ ଏବଂ ଏହା ଆଜି ଅର୍ଥାତ ଅଗଷ୍ଟ ୩ରୁ ଲାଗୁ କରାଯାଉଛି।