ବରଗଡ, (ଏସ୍ ନ୍ୟୁଜ): ସହକାରୀ ଚକ୍ଷୁ ଚିକିତ୍ସକ କିଶୋର ଚନ୍ଦ୍ର ପ୍ରଧାନଙ୍କ ଘରେ ଭିଜିଲାନ୍ସ ଚଢ଼ଉ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ରେଡ୍ କରାଯାଇଛି । ମାରୁତି ନଗର ସ୍ଥିତ ଘରେ ଏବଂ ପଦ୍ମପୁର ଟାଲ ଗାଁରେ ପୈତୃକ ବାସଭବନ ମଧ୍ୟ ଚଢ଼ାଉ ଜାରି ରହିଛି । ସମ୍ବଲପୁର ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢ଼ାଉ କରିଛନ୍ତିି । ସମ୍ବଲପୁର, ବରଗଡ ଓ ସୋନପୁରର ଭିଜଲାନ୍ସ ଅଧିକାରୀ ଦୁଇଟି ଟିମ କରି ଏହି ରେଡ଼ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଲକ୍ଷାଧିକ ଟଙ୍କାର ସୁନା ଗହଣା, ୮ଟି ଫ୍ଲାଟ ସହ ବ୍ୟୟବହୁଳ କୋଠାର ଆକଳନ ଜାରି ରହିଛି ବୋଲି ସୂଚନ ଦେଇଛନ୍ତି ବରଗଡ଼ ଭିଜିଲେନ୍ସ ଡ଼ିଏସପି ।