୨୪ ଘଣ୍ଟାରେ ରାଜ୍ୟରେ ଆଉ ୬୬ ମୃତ

ଭୁବନେଶ୍ୱର, ଏସ୍‌ ନ୍ୟୁଜ୍‌ : ରାଜ୍ୟରେ ଥମୁନି କରୋନା ମୃତ୍ୟୁ ସଂଖ୍ୟା । କଡ଼ା କଟକଣା ସତ୍ତ୍ୱେ ମୃତ୍ୟୁ ରେ ବ୍ରେକ ଲାଗୁନି । ସରକାର ଏବେ ବି ଲକ୍ ଡାଉନ୍ ସଟ୍ ଡାଉନ୍ ଜାରି ରଖିଛନ୍ତି ଏବଂ ନାଇଟ କର୍ଫ୍ୟୁ ବି ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୬ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୬ ହଜାର ୩୦୨ କୁ ବୃଦ୍ଧି ପାଇଛି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୯ ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି କଟକରୁ ୧୧, ଗଞ୍ଜାମରୁ ୧୦, ବାଲେଶ୍ୱରରୁ ୬, ଅନୁଗୁଳରୁ ୪, କେନ୍ଦୁଝରରୁ ୩, ବଲାଙ୍ଗିର, ମୟୂରଭଞ୍ଜ, ପୁରୀରୁ ୨ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏହା ସହ ଭଦ୍ରକ, ଝାରସୁଗୁଡ଼ା, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁର, କନ୍ଧକାଳ ଓ ନୟାଗଡ଼ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।