ମାଲିସ ନାଁରେ ଚାଲିଛି ଦେହ ବେପାର

ବାଲେଶ୍ୱର, (ଏସ୍‌ ନ୍ୟୁଜ୍‌) : କରୋନା କଟକଣା ଭିତରେ ଚାଲିଛି ଦେହ ବେପାର । ଯେଉଁ ଯୁବତୀ ସ୍ପା ସେଣ୍ଟରକୁ ଆସଛନ୍ତି ସେମାନଙ୍କ ଇଣ୍ଟରଭ୍ୟୁ ନେଉଛନ୍ତି ସ୍ପା ମାଲିକ । ଆଉ ତା ପରେ ବ୍ୟବସାୟ ସୁଯୋଗ ମିଳିଛି । ଏହି ଘଟଣା ବାଲେଶ୍ୱର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ, ବାଲେଶ୍ୱର ଷ୍ଟେସନ ନିକଟରେ ବୁଦ୍ଧ ସ୍ପାରେ ମାଲିସ ନାଁରେ ମାଲାମାଲ୍‌ ହେଉଛନ୍ତି ସ୍ପା ମାଲିକ । ବାଲେଶ୍ୱର ସହରରେ ଗ୍ରାହକଙ୍କୁ ଏହି ସୁବିଧା ଯୋଗାଉଛନ୍ତି ସ୍ପା ମାଲିକ । ଯୁବତୀମାନଙ୍କୁ ଏହି ସ୍ପା ସେଣ୍ଟରେ ନିଯୁକ୍ତି ଦିଆଯାଉଛି । ମସାଜ୍‌ ସେଣ୍ଟର ଭିତରେ ଦେହବେପାରୀଙ୍କ ପସରା ଖୋଲି ଦେଇଛନ୍ତି ଦଲାଲ । ସ୍ପା ନାଁରେ ଗ୍ରହାକଙ୍କୁ ମିଳୁଛି ବଡି ଟୁ ବଡି ମସାଜ୍‌ ଆଉ ତାହା ସହିତ ଆହୁରି ଅନେକ ସୁବିଧା ମଧ୍ୟ ମିଳୁଥିବା ଜଣାପଡିଛି ।