ବସ୍ତିରୁ ଅପରାଧ କମାଇବା ପାଇଁ ଥାନା ଅଧିକାରୀ ନିଆରା ପ୍ରୟାସ

ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ପ୍ରତ୍ୟେକ ଦିନ ହଣାକଟା ଠାରୁ ଆରମ୍ଭ କରି ହତ୍ୟା, ଲୁଟ ଏବଂ ଅପହରଣ ଭଳି ଘଟଣା କମିଶନରେଟ ପୁଲିସର ନିଦ ହଜାଇ ଦେଇଛି । ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଅପରାଧୀ ବଢ଼ିବାରେ ଲାଗିଛି । ଗତ କିଛି ମାସ ହେବ ଡିିସିପି ଉମାଶଙ୍କର ଦାସ ଭୁବନେଶ୍ୱରରେ କାର୍ଯ୍ୟ ଆରମ୍ଭ କରିବା ପରେ ରାଜଧାନୀରୁ ଅପରାଧ ବହୁ ମାତ୍ରାରେ ହ୍ରାସ ପାଇଛି ।

ଅପରାଧୀମାନଙ୍କୁ ପ୍ରତିହତ କରିବା ସହ ସେମାନଙ୍କୁ ଚକ୍ରବୁ୍ୟହରେ ଅତି ସହଜରେ ପକାଇ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ପଛାଉନାହାନ୍ତି । ଅନ୍ୟ ପଟେ ଜୋନ-୧ ଖାରବେଳନଗର ଥାନା ଅଧିକାରୀ ଅରୁଣ କୁମାର ସ୍ୱାଇଁଙ୍କ ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାର ରହିଛି ଅନେକ ଅଭିଜ୍ଞତା । ଶ୍ରୀ ସ୍ୱାଇଁ ଏବେ ଡିଏସପିକୁ ପଦୋନ୍ନତି ପାଇଛନ୍ତି ।

ବିଶେଷ କରି ଅପରାଧୀମାନେ ବସ୍ତି ଅଂଚଳରେ ରହି ଅପରାଧ ଘଟାଇଥାନ୍ତି । ସେ ହତ୍ୟା ହେଉ କି ଲୁଟ କିମ୍ବା ଦାଦାବଟି । ଏହିଭଳି ଅପରାଧୀମାନଙ୍କୁ ଶ୍ରୀ ସ୍ୱାଇଁ ଖାରବେଳନଗର ଥାନା ଅଂଚଳରୁ ହଟାଇବା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ । ଶ୍ରୀ ସ୍ୱାଇଁ ଖାରବେଳନର ଥାନା ନିକଟସ୍ଥ ଭଗବତୀ ବସ୍ତିରେ ଥିବା ସାଧାରଣ ଲୋକଙ୍କ ଅତି ପି୍ରୟଭାଜନ ହୋଇପାରିଛନ୍ତି । ବସ୍ତିକୁ ଯାଇ ଲୋକମାନଙ୍କୁ ବୁଝାଇବା ସହ ସେମାନଙ୍କ ଅସୁବିଧା ଓ ସୁବିଧା ନେଇ ପଚରାଉଚରା କରିଥିଲେ । ସାଧାରଣ କାମ ଥିଲେ ତୁମମାନଙ୍କୁ ଥାନାକୁ ଦୌଡ଼ିବାକୁ ପଡିବ ନାହିଁ । ପୁଲିସ ତୁମ ପାଖରେ ପହଚିଂ ସେବା ଯୋଗାଇ ଦେବ ବୋଲି ଶ୍ରୀ ସ୍ୱାଇଁ ବସ୍ତିବାସିନ୍ଦାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଥାନା ଅଧିକାରୀଙ୍କ ଏଭଳି ମିଠା ମିଠା କଥା ଶୁଣି ଲୋକେ ଅତି ଆନନ୍ଦିତ ହୋଇପଡିଛନ୍ତି । ଶ୍ରୀ ସ୍ୱାଇଁଙ୍କ ଖାଲି ଖାରବେଳ ଥାନା ଅଂଚଳ ପାଇଁ ଏଭଳି କାର୍ଯ୍ୟ କରିନାହାନ୍ତି । ପୂର୍ବରୁ ଥିବା ନୂଆପଲ୍ଲୀ ଥାନା ନିକଟସ୍ଥ ସାଲିଆ ସାହିର ବସ୍ତିବାସିନ୍ଦାଙ୍କ ଅନି ନିକଟତର ହୋଇଛନ୍ତି । ଅପରାଧ ଦମନ କ୍ଷେତ୍ରରେ ଶ୍ରୀ ସ୍ୱାଇଁଙ୍କ ଅନେକ ଅଭିଜ୍ଞତା ଥିବାରୁ ତାଙ୍କୁ ପୁଲିସ କମିଶନର ଓ ଡିସିପି ସାଧୁବାଦ ଦେଇଛନ୍ତି ।